ସମ୍ପ୍ରତି ଅତ୍ୟାଧୁନିକ ଓଡ଼ିଆ କାବ୍ୟ କବିତାର ସମୟ ଖଣ୍ଡରେ କବି ରତ୍ନାକର ରାଉତ ଏକ ବଳିଷ୍ଠ, ଉଦାତ୍ତ, ଅନାହତ ସ୍ୱର । କବି ନିଜେ ବଞ୍ଚୁଥିବା ଜୀବନ ଓ ଜୀବନାନୁଭୂତିର କଳାତ୍ମକ ସମନ୍ୱୟରେ ହିଁ ସମର୍ପିତ ପ୍ରତିଟି ବାକ୍ୟ, ବାକ୍ୟାଂଶ ଓ ପରିପୂର୍ଣ୍ଣ ପରିଚ୍ଛନ୍ନ ପାରାଗ୍ରାଫ୍ । ତାଙ୍କର କବିତା ସମୂହ, କଥିତ ଓ କଳାତ୍ମକ ଶବ୍ଦ ବିନ୍ୟାସରେ ଅଭିମନ୍ତ୍ରିତ, ଦୃଶ୍ୟ, ଅଦୃଶ୍ୟ ସାମାଜିକ ବିଧି ବ୍ୟବସ୍ଥାର ଅନ୍ତର୍ନିହିତ ଅନୁରଣନରେ ଅନୁରଣିତ ଏବଂ ଛନ୍ଦୋବଦ୍ଧତାର ମାର୍ମିକ ସ୍ପର୍ଶରେ ରୁଦ୍ଧିମନ୍ତ । ଧୂସର, ଧୂମାଳ, ଧ୍ୱସ୍ତ ବିଧ୍ୱସ୍ତ, ଉଦାରୀକରଣ ପୃଥିବୀରେ ଏବଂ ରହସ୍ୟାବୃତ୍ତ ବିଶ୍ୱର ଅନନ୍ତ ଉପତ୍ୟକାରେ ମୌନ, ଧ୍ୟାନସ୍ଥ ଓ ମୁଦ୍ରା ମଗ୍ନ କବି ଆଜୀବନ ଗାର୍ହସ୍ଥ୍ୟ ଓ ସ୍ଥିତପ୍ରଜ୍ଞ ସନ୍ନ୍ୟାସୀ ପରି ନିଜ ବିଶାଳରୁ ବିଶାଳତମ ଭାବରାଜ୍ୟରେ ଅଭିମନ୍ତ୍ରିତ ଓ ପ୍ରଚୋଦିତ । ଏହା ହିଁ କବିଙ୍କର କାବ୍ୟ ଜଗତର ସଫଳ ସାର୍ଥକ ଅନ୍ତଃସ୍ୱର ।
ଆପଣଙ୍କ ମତାମତ