ଶ୍ରୀମତୀ ସସ୍ମିତା ସ୍ୱାଇଁ

ଶ୍ରୀମତୀ ସସ୍ମିତା ସ୍ୱାଇଁ

ଓଡ଼ିଆ ଶିଶୁ ସାହିତ୍ୟର କବି ଓ ଲେଖିକା । ଜନ୍ମ ତାରିଖ: ୧ ଜୁଲାଇ ୧୯୭୭, ଜନ୍ମସ୍ଥାନ: ଶିଶିଲୋ, ବାଳକାଟୀ, ଖୋର୍ଦ୍ଧା, ଓଡ଼ିଶା । ଶିକ୍ଷା: ବିଜ୍ଞାନରେ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର (୧୯୯୭) । ଜୀବନ ଓ ସାହିତ୍ୟ ଯାତ୍ରା - ଓଡ଼ିଶାର ପ୍ରାଦେଶିକ ରାଜଧାନୀ ଭୁବନେଶ୍ୱର ସହର ଉପକଣ୍ଠରେ ଥିବା ଶିଶିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ସସ୍ମିତା ସ୍ୱାଇଁ ଜଣେ ସମ୍ବେଦନଶୀଳ କବୀ ଓ ଶିଶୁ ସାହିତ୍ୟର ଅନନ୍ୟ ସ୍ରଷ୍ଟା । ପ୍ରକୃତିର ନିବିଡ଼ ସାନ୍ନିଧ୍ୟ ଓ ଓଡ଼ିଆ ସଂସ୍କୃତିର ଗଭୀର ପରମ୍ପରା ତାଙ୍କ ସାହିତ୍ୟରେ ଆଣିଛି ଏକ ଅପୂର୍ବ ସୌନ୍ଦର୍ଯ୍ୟ ଓ ସରଳତା । ତାଙ୍କର କଲମରୁ ନିର୍ଗତ କବିତା ଓ କାହାଣୀ ଶିଶୁମାନଙ୍କ ମନରେ ସୃଷ୍ଟି କରିଥାଏ ଅନେକ କୌତୁହଳ ଓ କଳ୍ପନା । ସସ୍ମିତାଙ୍କ ସାହିତ୍ୟ ଶିଶୁମାନଙ୍କୁ ନୈତିକତା, ସଂସ୍କାର ଓ ମାନବୀୟ ମୂଲ୍ୟବୋଧରେ କରିଥାଏ ଅନୁପ୍ରାଣିତ । ତାଙ୍କ ରଚନାରେ ଓଡ଼ିଶାର ଗ୍ରାମ୍ୟ ଜୀବନ, ପ୍ରକୃତିର ସୌନ୍ଦର୍ଯ୍ୟ ଓ ଶିଶୁ ମନର ନିର୍ମଳ ଭାବନା ସୃଷ୍ଟି କରିଥାଏ ସୃଜନଶୀଳତାର ଏକ ସୁନ୍ଦର ସମନ୍ଵୟ ।

Posts By ଶ୍ରୀମତୀ ସସ୍ମିତା ସ୍ୱାଇଁ

To Top