କବିତା

ମାଆ

Sasmita Swain's odia children poem Maaa

ମାଆ କଥା ମାନେ ଯିଏ
ଭଲ ପିଲା ସେହିରେ
ତା ସେବାରେ ମନ ଦେଲେ
ଯଶ ରହେ ମହୀରେ ।

ମାଆ ମାଆ ବୋଲି ନିତି
ଡାକୁ ଆମେ ଯାହାକୁ
ଛାତି ତଳେ ଦୁଃଖ ଚାପି
ଖୁସିଦିଏ ଆମକୁ ।

ସାରାଘରଟାକୁ ସେତ
ରଖିଥାଏ ମନାଇ
ଫେରିବାକୁ ଡେରି କଲେ
ରହିଥାଏ ଅନାଇ ।

ପଖାଳକୁ ଶାଗଭଜା
ମାଆ ଦେଲେ ସଜାଡ଼ି
ଲାଗେ ସତେ ଖିରିପୁରି
ଦେଲା କିଏ ଅଜାଡ଼ି ।

ନାନା ସୁଆଦିଆ ଚିଜ
ମାଆ ବିନା ଆଧୁରା
ମାଆହାତ ଖିଆପିଆ
ସବୁଠାରୁ ନିଆରା ।

ମାଆ ସିନା ଗାଳି ସହେ
ଦୋଷଦିଏ ଘୋଡ଼ାଇ
ହାତ ଉଠେ ବହୁ ଉଚ୍ଚ
ଧିରେ ଦିଏ ବାଡ଼େଇ ।

ମାଆଟିଏ ଘରେ ଯାର
ସନମାନ ପାଏନି
କେଉଁ ଦେବାଦେବୀ
ତାର ଦୁଆରକୁ ଯାଏନି ।

ମାଆ ଯେବେ ଲୁହ ଢ଼ାଳେ
ଘର କୋଣେ ନିରବେ
ସୁଖ ନାହିଁ ସେହି ଘରେ
ଦୁଃଖୀ ହେବେ ସରବେ ।

ହସୁଥିଲେ ମା ସଦା
ଲାଗେ ଭାରି ବଢ଼ିଆ
ମାଆ ରାଗ ଆଖିଲୁହ
ଘର ପାଇଁ ଅଡ଼ୁଆ ।

ମାଆ ମାଆ ଡାକରେ ତ
ଭରିଅଛି ଅମୃତ
ସେ ଅମୃତ ପାନରୁ କେହି
ହୁଅ ନାହିଁ ବିରତ ।

ମାଆ କଥା ମାନେ ଯିଏ
ଭଲ ପିଲା ସେହିରେ
ତା ସେବାରେ ମନ ଦେଲେ
ଯଶ ରହେ ମହୀରେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top