ମୁଣ୍ଡରେ ତା'ର ତେଲହାତ ବାଜିଛି କି ନାହିଁ ଅନ୍ଧକାରରେ ବାରି ହେଲା ନାହିଁ ସତ, ମାତ୍ର ବୁଢ଼ୀମା' ଗଳ୍ପରେ ଥିବା ଭୂତୁରିମୁଣ୍ଡୀର ମୁଣ୍ଡପରି ତାହା ଏକ ପ୍ରକାଣ୍ଡ ଆକାରର ଦେଖାଗଲା
ସେହି ପରିବର୍ତ୍ତନ ଫଳେ ପାହାଡ଼ ତାଙ୍କ ଆଉ ଧୈର୍ଯ୍ୟ ଶିକ୍ଷା ଦେଇ ପାରିଲା ନାହିଁ, ନଈ ତାଙ୍କୁ ହସାଇ ନଚାଇ ପାରିଲା ନାହିଁ । ସେମାନେ ହା'-ହତାଶ ଭାବରେ ଏଣେ...
କିଛି ନାହିଁ ତ ନ ଥାଉ । ଯାହା ଦେଲ ମତେ ଲକ୍ଷେ ଟଙ୍କା ।
ଅଜାତିଆ ତୋର ପୁଅ ହେବ. . . ଏତିକି କହି ପୁଅ ବ୍ୟାକୁଳ ସତୃଷ୍ଣ ଭାବରେ ମାଆର ସେହି ସ୍ନେହ-ଲାବଣ୍ୟମୟ ମୁଖମଣ୍ଡଳକୁ ଚାହିଁ ରହିଲା ।
ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟେକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁ ହୋଇଯାଏ- ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା
ମୁଁ ସେତେବେଳେ କ'ଣ କରୁଥିଲି, ଜାଣିପାରୁ ନ ଥିଲି । ମୋତେ ମୁଁ ହତ୍ୟା କରୁଥିଲି, ମୋର ସମାଧି ମୁଁ ଖୋଳୁଥିଲି ।
ଜାଣ, ତୁମେ ଏ ମନ୍ଦିରର ଇତିହାସ । ମୁଁ ମାଳି ନୁହେଁ, ମୁଁ ଭକ୍ତ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମପରି ପଥିକ ମଧ୍ୟ ନୁହେଁ ।
ବ୍ୟାକୁଳ ଅଧୀର ଭାବରେ ସେ କାହାର ଆଶ୍ରୟ ଲୋଡ଼ି ବସିଲା, ମାତ୍ର ସେପରି ସୁନାକୁ କିଏ ଛୁଇଁବ । ସେ ଯେ ଥିଲା ଦିନେ ଭିକାରୁଣୀ- ଅଛୁଆଁ ଘରର ଝିଅ...
ମାତ୍ର ପାଟ ପ୍ରକୃତରେ ଯେତେବେଳେ ପର ମୁହଁରୁ ଖବର ପାଇ, ତା' ସ୍ୱାମୀକୁ ସାଙ୍ଗରେ ଧରି ତା'ର ଶେଯ ପାଖେ ଆସି ଠିଆ ହେଲା, ସେତେବେଳକୁ ସବୁ ଶେଷ ହୋଇ...
ବାଞ୍ଛା ନାହାକ ଘରେ ଧନ ଅଛି, ସେଇଥିପାଇଁ ତ ଏତେ କଥା, ମୁଁ କ'ଣ ସେଥିକି ପାରିବି ନାହିଁ । ମା' କ'ଣ କହି ଯାଇଥିଲା ମନେ ପକାଇଲୁ ।...
ଆପଣଙ୍କ ମତାମତ