ଅନୁଭୂତି

କଲ୍ୟାଣରେ କଲ୍ୟାଣୀ

Dr Anita Panda

ସେ ଦିନ ପେପରରେ ମୀନାବଜାର ଥାଏ । ମୋ ଲେଖା କେବେ ବାହାରିବ ବୋଲି ମୁଁ ସବୁ ଗୁରୁବାର କୁ ଅପେକ୍ଷା କରେ ।

କଲ୍ୟାଣରେ କଲ୍ୟାଣୀ

-: ପୂର୍ବରୁ :-

ଉଣେଇଶ ବାଷଠି ମସିହା ଅକ୍ଟୋବର ଛବିଶ ତାରିଖ । ଇଣ୍ଡୋଚାଇନା ଯୁଦ୍ଧ ପାଇଁ ଦେଶରେ ଏମରଜେନ୍ସୀ ଘୋଷଣା ଜାରୀ । ଏଥର ଦୀପାବଳୀରେ ବାଣର ଶବ୍ଦ ଶୁଣାଗଲାନି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ । ବଡ ଦୁଃଖର କଥା । ଏଥିରେ ଦେଶମାନଙ୍କର କେତେ କ୍ଷତି ହେବ । ମୁହଁ ଶୁଖାଇ ବସିଥିଲି । ତରବର ହୋଇ କେଉଁଠୁ ଆସି କଲ୍ୟାଣୀ ଡରମିଟୋରୀ ଦୁଆରେ ଛିଡା ହୋଇ ମତେ ବାହାରକୁ ଡାକିଲା ପଚାରିଲା, କଲ୍ୟାଣୀ ମୋର ଖୁବ୍ ସାଙ୍ଗ, ମାତ୍ର ଡେ ସ୍କୋଲାର । ଏତେ ଦିନ ଭିତରେ ତ କଲ୍ୟାଣୀ ଦିନେ ହଷ୍ଟେଲ ଭିତରକୁ ଆସିନି । ବରଂ କେବେ କେବେ ମୁଁ ରବିବାର ଦିନ ପ୍ରତିନାନୀଙ୍କ ଘରୁ ତା ଘରକୁ ଯାଇଥାଏ । ସୋମବାର ଦିନ ଏକାଠି କଲେଜ ଆସୁ । ହଷ୍ଟେଲ ନ ଆସିବାର ମୁଖ୍ୟ କାରଣ ହେଲା ଏଠାର କାୟଦା, କଟକଣା ଖୁବ୍ କଡା, ଶୋଭାଦିଦି (ହଷ୍ଟେଲ ସୁପରିଟେଣ୍ଡଣ୍ଟ ) ଏହା ଉପରେ ଖୁବ୍ ନଜର ରଖିଥାନ୍ତି । ତାଙ୍କ ଠାରୁ ଅଧିକା ଦୁଇ ତତ୍ତ୍ୱାବାଧିକା । ଲଳିତା ମାସୀମା ଏବଂ ଉମା ମାସୀମା । କେହି ଷ୍ଟୁଡେଣ୍ଟ କିଛି ହଷ୍ଟେଲ ବିରୁଦ୍ଧ ଜନିତ କାମ କଲେ ଉମା ମାସୀମା ତାକୁ ଲଳିତା ମାସୀମାଙ୍କର ସାମ୍ନା କରାନ୍ତି । ପରେ କଥାଟା ଶୋଭା ଦିଦିଙ୍କ କାନକୁ ଯାଇଥାଏ । ମାତ୍ର ଛାତ୍ରୀମାନେ କହନ୍ତି ପ୍ରାୟତଃ ସମସ୍ତ ସମାସ୍ୟାର ସମାଧାନ ଲଳିତା ମାସୀମା କରି ଦେଇଥାନ୍ତି । ଶୋଭା ଦିଦିଙ୍କ ପର୍ଯ୍ୟନ୍ତ କଥା ଯାଏନା, ମତେ ବାରାଣ୍ଡାର ଏକ କୋଣକୁ ଡାକି ନେଇ କଲ୍ୟାଣୀ କହିଲା, “ଉମା ମାଉସୀ ଦେଖିଲେ ଆମ ଦୁହିଁଙ୍କର ଅବସ୍ଥା ବାରଣ୍ଡା ଦି କଡା କରିଦେବେ ।ମୋ କଥା ଖୁବ୍ ମନ ଦେଇ ଶୁଣ୍,ବହୁତ ଜରୁରୀ ।”

ଜରୁରୀ ? କ’ଣ ଏତେ ଜରୁରୀ ହୋଇପାରେ !! ଆଗ୍ରହରେ ତା ମୁହଁକୁ ଚାହି ରହିଲି ।

ଆଜି ଓଡିଆ କ୍ଲାସ୍ ରେ ସାର୍ କହୁଥିଲେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏମରଜେନ୍ସୀ ସମ୍ୱନ୍ଧରେ ଜାଗୃତି ବଢାଇବା ପାଇଁ କଲେଜ ସ୍ତରୀୟ ଏକ ପ୍ରବନ୍ଧ ପ୍ରତିଯୋଗୀତାର ଯୋଜନା ଷ୍ଟୁଆର୍ଟ କଲେଜରେ ନଭେମ୍ୱର ୫ ତାରିଖ ଦିନ ୧୦ଟା ବେଳେ ହେବ । ଏଥିରେ କେବଳ କଟକ କଲେଜର ପିଲା ନୁହଁନ୍ତି, ପାଖଆଖ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗଦାନ କରିବେ । ଆମ କଲେଜରୁ କୁଙ୍କୁମ ଅପା, ଉର୍ବଶୀ ଅପାଙ୍କ ସହିତ ଉପର କ୍ଲାସର ଆଉ ଚାରିଜଣ କଳାର ଛାତ୍ରୀ ମଧ୍ୟ ନାଁ ଦେଇଛନ୍ତି । ତୁ ତ ଭଲ ଲେଖୁ। ମୋ ମତରେ ତୋ ନାଁ ଦେଇ ଦେ ।

ବିଜ୍ଞାନ ଛାତ୍ରୀ ମାନେ ଉପଯୁକ୍ତ ତ ?

ସେମିତି କିଛି କଟକଣା ନାହିଁ ।

ସତ କହୁଛୁ ! ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ କାର୍ଯ୍ୟ କ୍ରମରେ ଯୋଗ ଦେବାକୁ ସମ୍ମତି ନ ଥାଏ ।

ସେ ଅଲଗା କଥା । ବିଜ୍ଞାନ ଛାତ୍ରୀମାନଙ୍କର ଥିଓରୀ, ପ୍ରାକ୍ଟିକାଲ୍ ରେ ବହୁ ସମୟ ବିତିଯାଏ ବୋଲି ଏ ସବୁ କାର୍ଯ୍ୟକ୍ରମ ପାଇଁ ସମୟ ମିଳେନା, ତୁ କାଲି ଯାଇ ବେଣୁ ସାର୍ ଙ୍କୁ ନା ଦେଇ ଦେ ।

କଲ୍ୟାଣୀ ଚାଲିଯିବା ପରେ ଚିନ୍ତା କଲି । ପ୍ରବନ୍ଧର ଶୀର୍ଷକ କ’ଣ ହୋଇଥିବ । ସେଇ ଅନୁସାରେ ତିଆରି କରିବି । ସମୟ ବହୁତ କମ୍ ଅଛି । ଏଠାରେ ଖୋଜା ଖୋଜି କରି ପଢିବାକୁ ବହୁ ସମୟ ଲାଗିବ । କଳାଛାତ୍ରୀ ମାନଙ୍କ ଠାରୁ ଆମେ ଦୂରରେ । ବିଜ୍ଞାନ ଛାତ୍ରୀ ମାନଙ୍କ ପାଖରେ ସମୟ ଅଭାବ । ଆମ ଘରେ ନିଶ୍ଚିତ ଭାବେ ବହୁତ କିଛି ପଢିବାକୁ ମିଳିଯିବ । ତା ଛଡା ବଡନନାଙ୍କର ସାହାଯ୍ୟ ମଧ୍ୟ ନେଇ ପାରିବି । ସେଇଆ ହେଲା । ମୋର ଉତ୍ସାହ ଦେଖି ବଡନନା ଖୁବ୍ ଖୁସି ହୋଇ କହିଲେ, “ତତେ ତ ପ୍ରବନ୍ଧର ଶୀର୍ଷକ ଜଣା ନାହିଁ । ତେଣୁ ତୁ ମୋଟାମୋଟି ଏହା ବିଷୟରେ ଜାଣିବା ଉଚିତ୍ । ତୁ କେବଳ ଏଇ ତିନିଟା ଗାଇଡ୍ ଲାଇନ୍ ତିଆରି କରିନେ । ଏମରଜେନ୍ସୀ ଉପରେ ଯାହା ଶିରୋନାମା ଦେବେ ଏଇ ତିନିଟା ବିଷୟ ଉପରେ ଆଧାର କରି ତୋ ହିସାବରେ ଲେଖିବୁ । ବେଶୀ ଲମ୍ୱା କରିବୁନି ,ଅର୍ଥାତ୍ ଟୁ ଦ ପଏଣ୍ଟ । ତା ଛଡା ବାକ୍ୟ ଗୁଡିକ ଛୋଟ ଲେଖିବାକୁ ଚେଷ୍ଟା କରିବୁ । ବଡ ବଡ ବାକ୍ୟ, ଲମ୍ୱା ଚଉଡା ବିଷୟ ପଢିବାକୁ ପରୀକ୍ଷକଙ୍କର ଧୈର୍ଯ୍ୟଚ୍ୟୁତି ଘଟେ ।

ବାଖ୍ୟା ଓ ଭୂମିକା:

ଦେଶର ସମ୍ୱିଧାନିକ ଆନ୍ଦୋଳନ ଶାସନ କାର୍ଯ୍ୟ ବା ପରିଚାଳନା ବ୍ୟକ୍ତିକ୍ରମ ଦେଖାଦେଲେ ଦେଶରେ ରାଷ୍ଟ୍ରପତି । ଶାସନ ଚଳେ । ସେଇ ସମୟକୁ “ଏମରଜେନ୍ସୀ” ସମୟ କୁହାଯାଇଥାଏ ” ତାର କାରଣ ହେଲା ରାଷ୍ଟ୍ରପତିଙ୍କର ସାମ୍ୱିଧାନିକ ଆନ୍ଦୋଳନକୁ ସମାଜ ହିତରେ ‘ଓଭର ରୁଲ’ କରିବାର କ୍ଷମତା ଅଛି । ରାଷ୍ଟ୍ରପତି ତିନି ପ୍ରକାର ଏମରଜେନ୍ସୀ ଲାଗୁ କରାଇ ପାରନ୍ତି ।

ପ୍ରଥମ- ଜାତୀୟ ଏମରଜେନ୍ସୀ (ଦଫା ୩୫୨)
ଦ୍ୱିତୀୟ- ରାଜସ୍ତରୀୟ ଏମରଜେନ୍ସୀ (ଦଫା ୩୬୫)
ତୃତୀୟ- ଆର୍ଥିକ ଏମରଜେନ୍ସୀ (ଦଫା ୩୬୦)

ଜାତୀୟ ଏମରଜେନ୍ସୀ:

ଦେଶ ଉପରେ ବର୍ହିଦେଶଜନିତ ଚାପ, ବିଶେଷ କରି ଯୁଦ୍ଧ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଲେ ଏହାର ଘୋଷଣା କରାଯାଇଥାଏ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଚାଲୁଥିବା ସମିତି ମନ୍ତ୍ରୀ ପରିଷଦମାନଙ୍କର ଆବେଦନ ପରେ ହିଁ ଲାଗୁ ହୋଇଥାଏ । ଏହି ସମୟରେ ଦେଶବାସୀଙ୍କର ଛଅଗୋଟି ଯାକ ଫଣ୍ଡାମେଣ୍ଟାଲ ରାଇଟ୍ କୁ ପ୍ରଲମ୍ୱିତ କରାଯାଇଥାଏ । ମାତ୍ର ରାଇଟ୍ ଟୁ ଲାଇଫ୍ ଏବଂ ବ୍ୟକ୍ତିଗତ ସମ୍ୱତନ୍ତ୍ରକୁ ସସ୍ପେଣ୍ଡ (ପ୍ରଲମ୍ୱିତ) କରାଯାଇ ନଥାଏ ।

ରାଜସ୍ତରୀୟ ଏମରଜେନ୍ସୀ:

କୋଣସି ରାଜ୍ୟର ଶାସନ କାର୍ଯ୍ୟରେ ବିଫଳତା ବିମ୍ୱା ଅକୃତ କାର୍ଯ୍ୟ ଦେଖାଦେଲେ ଏହା ଲାଗୁ ହୋଇଥାଏ । ଏହାକୁ “ପ୍ରେସିଡେନ୍ସିଆଲ୍ ରୁଲ୍” କୁହାଯାଇଥାଏ । ଏହା ମଧ୍ୟ ଦୁଇମାସ ମଧ୍ୟରେ ପାର୍ଲିଆମେଣ୍ଟ ଦ୍ୱାରା ଅନୁମୋଦିତ ହେବା ଆବଶ୍ୟକ ।

ଆର୍ଥିକ ଏମରଜେନ୍ସୀ:

ଯେତେବେଳେ ରାଷ୍ଟ୍ରପତି ଅନୁଭବ କରନ୍ତି ଯେ ଭାରତର ଆର୍ଥିକ ନିର୍ଣ୍ଣୟତା ଅବସ୍ଥା ଶଙ୍କାକୁଳ ସେତେବେଳେ ଏହି ଏମରଜେନ୍ସୀ ଲାଗୁ ହୋଇଥାଏ । ଏହି ସମୟରେ ସରକରୀ କର୍ମଚାରୀ ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ଜଜ୍ ମାନଙ୍କର ବେତନ କମ୍ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି । ତେଣୁ ସରକାରୀ ସ୍ତରରେ ଯେ କୌଣସି ବିଲ୍ ପାସ୍ କରାଯାଇଥାଏ ତାହା ରାଷ୍ଟ୍ରପତିଙ୍କ ନିକଟରୁ ଅନୁମୋଦନ ନିମନ୍ତେ ପଠାଯାଏ । ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଅଣାଇଥିଲେ ମଧ୍ୟ ଆଜିର ଦେଶବାସୀଙ୍କର ଫଣ୍ଡାମେଣ୍ଟାଲ ରାଇଟ୍ସରେ ବ୍ୟାଘାତ ଦିଆଯାଇ ନଥାଏ ।

ଆଜିର ସମସ୍ୟା:

ଇଣ୍ଡୋଚାଇନା ଯୁଦ୍ଧ ସମସ୍ୟାକୁ ନେଇ ୨୬ ଅକ୍ଟୋବର ୧୯୬୨ରେ ଜାତୀୟ ଏମରଜେନ୍ସୀ ଘୋଷଣା କରାଯାଇଛି । ଏହି ଏମରଜେନ୍ସୀ ବିଷୟରେ ସମସ୍ତଙ୍କୁ ସଜାଗ ରହିବା ଉଚିତ୍ । ତେଣୁ ଭାରତର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ଅବଗତ ହେବା ସ୍ୱାଭାବିକ ।

ପ୍ରବନ୍ଧ ପ୍ରତିଯୋଗୀତା ଶେଷ ହୋଇଥିଲା । ଆମ କଲେଜକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ତ ନୁହେଁ ଏମିତିକି ପ୍ରବନ୍ଧ ଜନକ ପୁରସ୍କାର ମଧ୍ୟ ମିଳିନଥିଲା । ଉର୍ବଶୀ ଅପାଙ୍କର ମନ୍ତବ୍ୟ, gender bias ଛଅ ସାତ ଦିନ ପରେ ବେଣୁ ସାର୍ ଆର୍ଟ ଷ୍ଟୁଡେଣ୍ଟମାନଙ୍କ କ୍ଲାସ୍ ରେ ମୋ ପ୍ରବନ୍ଧଟି ପଢି ଶୁଣାଇ କହିଲେ, “ମୁଁ ଜୁରୀ ହୋଇଥିଲେ,ଏଇ ଝିଅଟିର ପ୍ରବନ୍ଧକୁ ନିଶ୍ଚୟ ବାଛିଥାନ୍ତି । ଲେଖିବାର ପଦ୍ଧତି ଅନୁପମ । “ଇଚ୍ଛା ହେଲା କହିବି” ଏଇ ପଦ୍ଧତି ମୋର ନୁହେଁ, ଜଣେ ଓୟେସ୍ ଅଫିସରଙ୍କର ।” ସେଇଥିଲା କଲେଜର ମୋର ଅଧୋଃପତନର ଅୟାରମ୍ଭ ମଧ୍ୟରେ ବହୁ ପାର୍ଥକ୍ୟ । ଭଦ୍ରକ, ବାଲେଶ୍ୱର ଛୋଟ ସହର । ସେଠା ଛାତ୍ରଛାତ୍ରୀ ମାନେ କଟକ ଭଳି ନୁହଁନ୍ତି ।

ମୀନା ବଜାର:

କଲେଜରୁ ଫେରି ମୁଁ ହଷ୍ଟେଲ କମନ୍ ରୁମ୍ ରେ କିଛି ସମୟ ବସି ପରେ ଡାଇନିଂ ହଲକୁ ଜଳଖିଆ ପାଇଁ ଯାଇଥାଏ । ୟା ପଛରେ କେତେଗୁଡିଏ କାରଣ ଅଛି । ପ୍ରଥମଟି ହେଲା କେତେଜଣ ସ୍ମାର୍ଟ ଡେ ସ୍କୋଲାର ଝିଅ ଯେଉଁମାନେ କଲେଜ ସୋସାଇଟି ସହ ସଂପୃକ୍ତ ସମାନେ ମଧ୍ୟ ଡାଇନିଂ ହଲ୍ କୁ ଆସନ୍ତି । ମତେ ଦେଖି ପୁଣି ସେଇ ଥଟ୍ଟା, ଅଟ୍ଟହାସ୍ୟ ,ତାତ୍ସଲ୍ୟ ଭରା କଥା କହିବେ । ତେଣୁ ଡେରିରେ ଯିବା ଭଲ । ଦିନେ ଦିନେ ଜଳଖିଆ ସମୟ ଶେଷ ହୋଇଯାଇଥିବା ହେତୁ ଉପାସରେ ଡିନର ଟାଇମ୍ ପର୍ଯ୍ୟନ୍ତ ରହିବାକୁ ହୁଏ । ଜଳଖିଆ ସମୟରେ କାକୁ ଦା (ଡାଇନିଂ ହଲ ମ୍ୟାନେଜର) ଆମର ଆଟେଣ୍ଡାନ୍ସ ନିଏ । ପ୍ରେୟାର କ୍ଲାସ୍ ସବୁଦିନ ସନ୍ଧ୍ୟା ୭ଟାରେ ହୁଏ । ପ୍ରେୟାର ପରେ ଡିନର ରାତି ସାଢେ ଦଶଟା ପରେ ହଷ୍ଟେଲ ରୁମ୍ ସବୁ ଅନ୍ଧାର । ଭୂଲ ଭଟ୍ଟକରେ କାହା ରୁମ୍ ରେ ଲାଇଟ୍ ଜଳିବା ଦେଖାଗଲା ତ ମାଉସୀ ମା ଆସି ହାଜର୍ ହୋଇଯାଆନ୍ତି । ଗାଳି ତ ଗାଳି, ପରେ ପୁଣି ଜୋରିମାନା ଭରିବାକୁ ପଡେ ।

(ପ୍ରାର୍ଥନା) କ୍ଲାସ ଶେଷ ହେବା ପରେ ଲଳିତା ମାଉସୀ ମା ରୋଲ୍ କଲ କରନ୍ତି । କାହିଁକି କେଜାଣି ଆଜି ଦୁଇଟି ଯାକ ଆଟେଣ୍ଡାନ୍ସ ରେଜିଷ୍ଟର ମିଳାଇ ଦେଖାଗଲା । “ଡରମିଟାରୀର ୪ ନମ୍ୱର ଝିଅକୁ ଡାକ ।” ଶୋଭା ଦିଦିଙ୍କର କଣ୍ଠସ୍ୱର । ସବୁ ଝିଅମାନେ ତଟ୍ଟସ୍ଥ । ନିଶ୍ଚୟ କିଛି ଗମ୍ଭୀର ମାମଲା । ଯାହା ମାଉସୀ ମାଙ୍କ ଦ୍ୱାରା କଣ୍ଟ୍ରୋଲ ହୋଇ ପାରିନି । ସେତେବେଳେ ବରଫ ସଙ୍ଗେ ମୋ ଦେହର ତାପମାନକୁ କେହି ତୁଳନା କରିଥିଲେ ମୋ ଶରୀରର ତାପମାନ ନିଶ୍ଚୟ ତଳକୁ ରହିଥାନ୍ତା । ତଳକୁ ମୁହଁ ପୋତି ଶୋଭା ଦିଦିଙ୍କ ସାମ୍ନାରେ ଛିଡା ହେଲି । ଉମା ମାଉସୀ ବଡ ପାଟିଟାଏ କରି କହିଲେ, “ଏଠି କ’ଣ ଲଡୁ ,ପେଡା ବଣ୍ଟା ହେବ ଯେ ଅନେଇ ବସିଛ ? ନିଜ ନିଜ ରୁମକୁ ଯାଅ ।” ଏ ନିରୀହ ଝିଅଟା ଭୂଲ କରି ପାରେନା । ୟା ନାଁ ରେ ଆଉ କିଏ କ’ଣ କରିଛି । କାଙ୍କୁ ଦା କୁ ଡକା ହେଲା ।

“ତୁମେ କ୍ଲାସ୍ ପରେ ବିନା ପରମିସନ୍ ରେ କୁଆଡେ ଚାଲିଯାଅ?” ଶୋଭା ଦିଦି ପଚାରିଲେ ।

ସେତେବେଳକୁ ମୋ ଆଖିରେ ଲୁହ ଟଳମଳ । ପାଟିରେ କଥା ବାହାରୁନି । ଉମା ମାଉସୀ ମୋ ପାଖକୁ ଆସି କହିଲେ, ଡାଇନିଂ ରୁମ୍ ରେ ଜଳଖିଆ ଖାଇବା ଆଗରୁ ଆଟେଣ୍ଡାନ୍ସ ନାହିଁ ଜାଣିଛୁ ? ସେଇମିତି ତଳକୁ ମୁହଁ କରି କହିଲି ଜାଣିଛି ।ଏ ମାସରେ ତୋର ଅଠରଦିନ ଆବସେଣ୍ଟ ଲାଗିଛି ।

ମୁଁ ସେଠାରେ ନ ଥିଲି ମାଉସୀ ମା ?

ନ ଥିଲୁ? କୁଆଡେ ଯାଇଥିଲୁ ??

ଲାଇବ୍ରେରୀ ରୁମ୍ ରେ । ସବୁଦିନ କଲେଜରୁ ଆସି ସେଇଠି ବସି ସମାଜ, ପ୍ରଜାତନ୍ତ୍ର ପଢିବାକୁ ମତେ ବହୁତ ଭଲ ଲାଗେ । ବିଶେଷ କରି ଗୁରୁବାର ଦିନ ।

କ’ଣ କୋହୁଛୁ ମୋ ମୁଣ୍ଡରେ କିଛି ପଶୁନି ତୁମେ ଟିକିଏ ଚୁପ୍ ରୁହ ଉମା । କ’ଣ କହିଲ ? ଗୁରୁବାର ପ୍ରଜାତନ୍ତ୍ର ତୁମକୁ ଭଲ ଲାଗେ । ମାତ୍ର କାହିଁକି? ସେ ଦିନ ପେପରରେ ମୀନାବଜାର ଥାଏ । ମୋ ଲେଖା କେବେ ବାହାରିବ ବୋଲି ମୁଁ ସବୁ ଗୁରୁବାର କୁ ଅପେକ୍ଷା କରେ ।

ଗୁରୁବାର ତ ଚାରିଟା, ଆଉ ୧୪ ଦିନ । କହିଲେ ମାଉସୀ ମା । ସତ କଥାଟା କହିଲେ ସିନିୟର ମାନଙ୍କୁ ପନିଶ୍‌ମେଣ୍ଟ ମିଳିବ ପରେ ସେମାନେ ମତେ ବେଶୀ ହଇରାଣ କରିବେ । ତେଣୁ କହିଲି ଦୁଇଟା ଯାକ ପେପର ପଢିବାକୁ ବହୁ ସମୟ ଲାଗିଥାଏ ।

ମୁଁ ମଧ୍ୟ ସେମିତି କିଛି ଭାବୁଥିଲି ଉମା । କାରଣ ସବୁଦିନେ ୟାକୁ ମୁଁ ପ୍ରେୟାର କ୍ଲାସର ପୂର୍ବରୁ ପହଞ୍ଚିଥିବାର ଦେଖିଛି ।

ଶୋଭାଦିଦିଙ୍କର କଥା ଶୁଣି ଟିକିଏ ଆଶ୍ୱସ୍ତ ହେଲି । ତୁମକୁ ସଂସ୍କୃତ ଜଣା ? ଅର୍ଥାତ ପ୍ରନାଉନ୍ସେସନ୍ ଭଲ ଭାବେ କରି ପାରିବ ? ଚେଷ୍ଟା କରିବି ଦିଦି । ସ୍କୁଲରେ ମୋର ସଂସ୍କୃତ ଅପସନାଲ ଥିଲା ।

ଏଇଶ୍ଲୋକଟି ପଢି ଶୁଣାଅ ! ଟେବୁଲ ଉପରୁ ଖଣ୍ଡିଏ କାଗଜ ଉଠାଇ ମୋ ହାତରେ ଦେଲେ ଶୋଭାଦିଦି । କାଗଜଟି ଉପରେ ଥରେ ନଜର ପକାଇ ଦିଦିଙ୍କ ହାତକୁ ବଢାଇ ଦେଲି ।

କ’ଣ ହେଲା ? କିଛି ଅସୁବିଧା ?

ଏଇଟା ମତେ ଜଣାଅଛି ଦିଦି, ଶୁଣାଉଛି ।

“ସଘଂଛଦ୍ମ ସମ୍ଭୋଦର୍ଥମ୍ ସମ୍ଭୋମ୍ନାଃ
ଶ୍ରୀ ଜାନାତାମ୍….
ସମାନିଭଃ ଆକୃତି, ସମାନେହୀ ଦୟାନିଭଃ
ସମାନୁଂ ଭବ ମନସା ତବ ସୁସହାସତି ।”

ଏଇ ଶ୍ଲୋକଟି ତୁମର ପୂର୍ବ ପରିଚିତ ମନେ ହୁଏ । ବାପାଙ୍କ ଆଦେଶ କ୍ରମେ ଆମେ ଘରେ ସବୁଦିନ ସନ୍ଧ୍ୟାରେ ଗୋଟିଏ ବିଷ୍ଣୁଙ୍କ ଶ୍ଲୋକ “ଶାନ୍ତାକାରମ୍ ଭୁଜଗ ଶୟନମ୍” ଏବଂ ଅନ୍ୟ ଦେବା ଦେବୀମାନଙ୍କକ ଗୋଟିଏ ଶ୍ଲୋକଟିଏ ମଧ୍ୟ ଗାଇଥାଉ ।

ତୁମ ଘରେ କେହି ବୁଦ୍ଧିଜିବୀ ?

ନାଁ, ବାପା ଗାନ୍ଧୀ ବାଦୀ ।

ଆସନ୍ତା କାଲିଠାରୁ ଆମେ ପ୍ରାର୍ଥନା କ୍ଲାସ୍‌ରେ ଏଇ ଶ୍ଲୋକଟି ବୋଲାଯିବ, ତୁମେ ଏହାର ଚାଳିତ କରିବ ।

କେତେଦିନ ପରେ ଅନୁଭବ କଲି ଡେ ସ୍କୋଲାର ଛାତ୍ରୀମାନେ ମୋ ଉପରେ ଅସମ୍ଭବ ଧରଣରେ ବିରକ୍ତି ହେଉଛନ୍ତି ।

– ତା’ପରେ –

To Top