କେବେ କେବେ ମୁଁ ମନେ ବିଚାରେ
ମନ ଆଲୁଅ ରେ ବସି ଏଠି ଅନ୍ଧାରେ
ତୋ କୋଳ ଝୁଲଣା
ତୋ ସେନେହ ଗହଣା
ତୋ ସୁନା ପରଶ
ଲୁଚାଇ ରଖିଛୁ କେତେ ଲୋରୀ ତୋ ଅଧରେ ।।
ନାରୀ ଟିଏ ଥିଲୁ
ମା ଟିଏ ହେଲୁ
ସାର୍ଥକ ଜୀବନ
ସାଇତି ରଖିଛୁ ମୋ ଆହାର ତୋ ବକ୍ଷୋଜ ରେ ।।
ଇଶ୍ଵର ନ ପାରେ ରହି
ବିଶାଳ ଏ ମହି
ମା କୁ କରିଛି ସଜ୍ଜନ
ମା ତୁ ମହାନ, ତୋ ମହିମାରେ ।।
ତୁ ସାଜିଲୁ ବଇରୀ
ମୋତେ ପକାଇଲୁ ମାରି
କରିଥିଲି ମୁଁ କି ଦୋଷ
କନ୍ୟା ଭ୍ରୁଣ ଟି ମୁଁ ଆଜି ମିଶେ ମାଟିରେ ।।