ଡ଼କ୍ଟର ଅମୀର କୁମାର ସାମଲ, ମୂଳତଃ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଲେଶ୍ୱରରେ ୧୯୮୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଳେଶ୍ୱରରେ ବିଦ୍ୟାଳୟ ଶିକ୍ଷା ସମାପନ ପରେ ସେ ଯୁକ୍ତ ଦୁଇ ଶିକ୍ଷା ସେତେବେଳର ଫକିର ମୋହନ କଲେଜ ବାଲେଶ୍ୱରରେ ଗ୍ରହଣ କରିଥିଲେ । ଭୁବନେଶ୍ୱରର ଓ.ୟୁ.ଏ.ଟି. ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରୁ ପ୍ରାଣୀ ଚିକିତ୍ସା ଶିକ୍ଷା ପରେ ସେ କିଛି ବର୍ଷ ପାଇଁ ଓଡିଶାରେ ପ୍ରାଣୀ ଚିକିତ୍ସକ ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ମୁକ୍ତେଶ୍ଵରରେ ଅବସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦର ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ । ଖାଲି ସମୟରେ ସେ ଲୋକପ୍ରିୟ ବିଜ୍ଞାନ ପ୍ରବନ୍ଧ ତଥା କବିତା ଲେଖିବାରେ ସେ ରୁଚି ରଖୁଥିବା ସହିତ ଭୁବନେଶ୍ୱରରେ କଲେଜ ବେଳରେ ଛାତ୍ର ସଂଗଠନର ସାହିତ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ । ଠିକଣା: ତଳ ମହଲା, ଟାଇପ IV କ୍ୱାର୍ଟର୍ସ, ତିନି ମଂଜିଲା ବିଲଡିଂ , ଆଇ. ସି. ଏ. ଆର. - ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ମୁକ୍ତେଶ୍ଵର , ଜିଲ୍ଲା- ନୈନିତାଲ, ଉତ୍ତରାଖଣ୍ଡ- ୨୬୩ ୧୩୮ ।
କେତେଯେ ଅଭିପ୍ସାର ଆହ୍ୱାନେ ଅଭିସାର ରଚି ଗନ୍ତବ୍ୟହୀନ ଅମଡ଼ା ପଥ ଚାଲିବାରେ
ଆପଣଙ୍କ ମତାମତ