କବିତା

ଆଉ କେତେ ଦିନ?

Amir Kumar Samal's odia poem Aau Kete Dina

କେତେଯେ ଅଭିପ୍ସାର ଆହ୍ୱାନେ
ଅଭିସାର ରଚି ଗନ୍ତବ୍ୟହୀନ ଅମଡ଼ା ପଥ ଚାଲିବାରେ

ଆଉ କେତେ ଦିନ?
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅମାମୟ ଗଭୀର ଦୁଃସାହାସ
ଯେମିତି ଘେରି ରଖିଛି ସ୍ୱପ୍ନର ଦୁର୍ଗକୁ
ଅଲୋଡ଼ା ସାନ୍ନିଧ୍ୟ ଯାଚି କିଏ ଜଣେ ଲୁଚିରହି ଡରାଉଚି
କାଳେ ମୋ ବାକି ରହିଯାଇଥିବା ଦୁନିଆଟି
ଶେଷ ହୋଇଯିବ ମୂହୂର୍ତ୍ତଟେ ପରେ!

କେତେଯେ ଅଭିପ୍ସାର ଆହ୍ୱାନେ
ଅଭିସାର ରଚି ଗନ୍ତବ୍ୟହୀନ ଅମଡ଼ା ପଥ ଚାଲିବାରେ
ଅକଳ୍ପିତ ଅନଭୀଷ୍ଟ ଅମଣିଆ
ମେଘଚୁମା ସାଫଲ୍ୟ ପାଇଁ
ଅଥକ ଧାଁଦୌଡ ଆଉକେତେ ଦିନ?

କାଳେ କେବେ ସମୟ-ପ୍ରଶ୍ନର
ଉତ୍ତର ଦେଇନପାରିବା ଭୟରେ
ସ୍ଵପ୍ନ ଦୂର୍ଗ ଭାଙ୍ଗିଯିବାର ପରାଭବରେ
ଶୂନ୍ୟଗର୍ଭା ଅବିରତ ସଂଘର୍ଷ
ଆଉ କେତେ ଦିନ?

ଅପରାଧହୀନ ଭୁଲର ନ୍ୟାୟୋପେକ୍ଷାରେ
ଯାହା କେବେବି ଅକ୍ଷମଣୀୟ ନଥିଲା
ତା ପାଇଁ ଧୂମ୍ରଗର୍ଭା ଅପ୍ରଜ୍ୱଳ ନିଆଁରେ
ବିଦଗ୍ଧ ହେଲେ ମୋକ୍ଷଯେ ନିଶ୍ଚିତ ମିଳିଯିବ
ସେ ଆଶ୍ୱାସନା ଆଉ କେତେ ଦିନ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top