ବିନୟ କୁମାର ଦାସ

ବିନୟ କୁମାର ଦାସ

ପିତା- ଗୋପାଳ ଚନ୍ଦ୍ର ଦାସ, ମାତା- ସାବିତ୍ରୀ ଦାସ, ଜନ୍ମସ୍ଥାନ- ସୁନହଟ , ବାଲେଶ୍ୱର । ଜନ୍ମ ତାରିଖ- ୦୬.୧୧.୧୯୪୯, ଠିକଣା - ଅନାମିକା ନୀଡ, ଅଂଗାରଗଡିଆ, ବାଲେଶ୍ୱର-୭୫୬୦୦୧ । ଶିଶୁ ସାହିତ୍ୟ ରଚନାରୁ ସାହିତ୍ୟ ସୃଜନ କର୍ମ ଆରମ୍ଭ । ପିଲାଙ୍କ ପାଇଁ ଗପ, କବିତା, ନାଟକ ଲିଖନ । ଓଡିଶାର ପ୍ରାୟ ସମସ୍ତ ସମ୍ବାଦପତ୍ର ତଥା ଶିଶୁ ପତ୍ରିକାରେ ବହୁ ସଂଖ୍ୟାରେ ଲେଖାମାନ ପ୍ରକାଶିତ । ଆକାଶବାଣୀ କଟକ ଦ୍ୱାରା ଶିଶୁ ଗପ, କବିତା , ରମ୍ୟ ରଚନା, ନାଟକ, ସଂଗୀତ ରୂପକ ପ୍ରସାରିତ । ଇ ଟିଭି ଓଡିଆ ଚେନାଲରେ ଶିଶୁ ନାଟକ, ନୃତ୍ୟ ନାଟିକା ପ୍ରସାରିତ । ଏକ ଓଡିଆ ଚଳଚିତ୍ର ରେ ଗୀତ ରଚନା ସହିତ କିଛି ଭଜନ କ୍ୟାସେଟ୍ ପାଇଁ ବି ଗୀତ ରଚନା । ଆକାଶବାଣୀ କଟକ କେନ୍ଦ୍ର ର ସ୍ୱୀକୃତିପ୍ରାପ୍ତ ଗୀତିକାର । ହିନ୍ଦୀ ଓ ଇଂରାଜୀ ରୁ ଗପ, କବିତା ଅନୁବାଦ । ବିଭିନ୍ନ ଶିଶୁ ସାହିତ୍ୟ ଅନୁଷ୍ଠାନ ତରଫରୁ ପୁରସ୍କୃତ । ତନ୍ମଧ୍ୟରୁ ବିଷୁବ ମୀନାବଜାର ପୁରସ୍କାର, ଫକୀରମୋହନ ସାହିତ୍ୟ ପରିଷଦ ରୁ ଶିଶୁ ସାହିତ୍ୟିକ ପୁରସ୍କାର, ଝୁମୁକା ପୁରସ୍କାର, ଜନଶିକ୍ଷା ସାଧନକେନ୍ଦ୍ର ରୁ ଶିଶୁ ସାହିତ୍ୟିକ ପୁରସ୍କାର, ଶ୍ରେଷ୍ଠ ଶିଶୁ ନାଟକ ସ୍ରଷ୍ଟା ଭାବରେ ବହୁବାର ଜାତୀୟସ୍ତରୀୟ ଶିଶୁ ନାଟକ ପ୍ରତିଯୋଗିତାରେ ପୁରସ୍କୃତ । ଅନୁବାଦ କ୍ଷେତ୍ରରେ ବିଷୁବ ଝଙ୍କାର ଅନୁବାଦ ପୁରସ୍କାର ତଥା ଜଗତସିଂହପୁର ସାହିତ୍ୟ ପରିଷଦ ତରଫରୁ ଅନୁବାଦ ପାଇଁ ପୁରସ୍କୃତ । ପ୍ରକାଶିତ ପୁସ୍ତକ- ଶିଶୁ କବିତା- କିଛି ଫୁଲ କିଛି କଢି , ନଈ ପକ୍ଷୀ ଆଉ ଫୁଲ । ଶିଶୁ ଗପ- ଆଠ ଖଣ୍ଡ ପୁସ୍ତକ , ଶିଶୁ ନାଟକ- ବାର ଖଣ୍ଡ । ଅନୁବାଦ- ନିମଗଛ ଓ ଅନ୍ୟାନ୍ୟ ଗଳ୍ପ , ସେଇ ଗଛଟି ପାଇଁ ।

Posts By ବିନୟ କୁମାର ଦାସ

To Top