ଛୋଟ ବେଳୁ ଲେଖିବାରେ ଓ କବିତା ସଂଯୋଜନାରେ ଆଗ୍ରହ ଥାଇ ମଧ୍ୟ ଇଞ୍ଜିନିୟରିଂ ର ପାଠ୍ୟଖସଡ଼ା ଛଡ଼ାଇବାକୁ ଚାହିଁଲା ମୋ କଲମ ମୋ ଠୁ । ତାପରେ ସଫ୍ଟୱେରରେ ଚାକିରି ମୋତେ ବ୍ୟସ୍ତ କଲା ଯେତେବେଳେ କଲମ ଧରିବାକୁ ପ୍ରୟାସ କରିଛି । ମାମା ମାନେ ମୋ ମା' ବହୁତ ମନଦୁଃଖ କରେ ଆଉ କୁହେ "ଚାକିରୀ ଆଉ ପାଠ ପଢା ଚାଲିବ, କିନ୍ତୁ ସାହିତ୍ୟ ସାଧନା ବନ୍ଦ କରିବୁନି ମା!"। ମାମା'ଙ୍କ ଅନେକ ଆଗ୍ରହ ମୋ କବିତାରେ ଦେଖି ମୁଁ ତାଙ୍କୁ ଖୁସି କରିବା ପାଇଁ ପୁଣି ଲେଖିବା ଆରମ୍ଭ କଲି। ଅନୁଭବ କଲି ଲେଖା କେବଳ ଆନନ୍ଦ ଦିଏନି, ଦିଏ ତୃପ୍ତି ଆଉ ଶାନ୍ତି । ଯେତେ କାମ ଥିଲେ ବି ସପ୍ତାହ ରେ ଦୁଇ ଦିନ ମୁଁ ନିଶ୍ଚୟ ଲେଖେ । ଚେଷ୍ଟା କରିଛି ପ୍ରେମୀ ଓ ପ୍ରକୃତିକୁ ମୋ କବିତା ମାଧ୍ୟମରେ ବର୍ଣ୍ଣନା କରିବା ପାଇଁ । କେବେ କେବେ ବିଫଳ ବି ହୋଇଛି । କିନ୍ତୁ ପରିବାର ଆଉ ସାଙ୍ଗ ମାନଙ୍କ ମୋ କବିତାରେ ଆଗ୍ରହ ଦେଖି ମୁଁ ଆଗେଇ ଚାଲିଲି । ଆଉ ଆଜି ପର୍ଯ୍ୟନ୍ତ ରହିନି ଆଉ ରହିବାକୁ ବି ଚାହୁଁନି । ମୋ ଭିତର ଲେଖକକୁ ଜାଗ୍ରତ କରିଥିବାରୁ ବାବା, ମାମା, ଭାଇ, ଭଉଣୀ ଆଉ ସ୍ୱାମୀଙ୍କୁ ଅଶେଷ ଧନ୍ୟବାଦ ଦେବି ।
ମୋ ବେରଙ୍ଗ ଜୀବନରେ ରଙ୍ଗ ଭରିବାକୁ କହିଥିଲି, ତମେ ତ ଇନ୍ଦ୍ରଧନୁ ଟାଣିଦେଲ, ଆକାଶରେ , ମୋ ମୁଣ୍ଡ ଉପରେ, ବିନା ସ୍ୱାର୍ଥରେ ନିଜକୁ ବାଜିଦେଇ ଦେଇଛ ସୁରକ୍ଷା, ସେଥିପାଇଁ...
ଆପଣଙ୍କ ମତାମତ