ବାଲେଶ୍ୱର ଜିଲ୍ଲାର ସୋରସ୍ଥିତ ଇଶାଣମୁଣ୍ଡଳି ମାଟିରେ ୨୦୦୨ ମସିହାରେ ଜନ୍ମିତ କବି ସତ୍ୟବ୍ରତ ମହାଳିକ, ସାହିତ୍ୟଜଗତରେ ‘ଦେବୀ ଦାସ’ ନାମରେ ପରିଚିତ। ପିତା ସୋମନାଥ ମହାଳିକ ଓ ମାତା ମଞ୍ଜୁଲତା ମହାଳିକଙ୍କ ଦ୍ୱିତୀୟ ସନ୍ତାନ ସତ୍ୟବ୍ରତ ବାଲ୍ୟକାଳରୁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । ବଡ଼ ଭଉଣୀ ପୁଷ୍ପପ୍ରୀୟାଙ୍କ ପ୍ରେରଣା ତାଙ୍କ ସୃଜନଶୀଳ ଚେତନାର ପ୍ରାରମ୍ଭିକ ଉତ୍ସ ହୋଇଥିଲା । ସତ୍ୟବ୍ରତଙ୍କ କବିତାରେ ଝଲସି ଉଠେ ବାସ୍ତବ ଜୀବନର ପ୍ରତିଛବି । ପ୍ରେମ, ବିରହ, ସ୍ମୃତି, ମାନବୀୟ ଅନୁଭବ, ସାମାଜିକ ବାସ୍ତବତା ଓ ଜୀବନର ଅନାବୃତ ସତ୍ୟ ତାଙ୍କ ସୃଷ୍ଟିର ମୁଖ୍ୟ ଉପାଦାନ । ତେଣୁ ସେ ଜଣେ ବିରହୀ ଓ ବାସ୍ତବବାଦୀ କବି ଭାବରେ ନିଜସ୍ୱ ସାହିତ୍ୟିକ ପରିଚୟ ଗଢ଼ିଛନ୍ତି । ବାପା, ପେଟ, ରାସ୍ତା, ଧାନଫୁଲ କାନଫୁଲ, ମୁଁ ରଜସ୍ୱଳା, ତମ ଭାଇ, ତୁମ ସ୍ମୃତିରେ, ଯୌବନ ଅଭିଶପ୍ତ, ଲଙ୍ଗଳା, ପ୍ରଜ୍ଞା ପୁରୁଷ ଅଟଳ, ନାନୀ ପାଲଟିଲା ଦେବୀ, କବି ମନ କ୍ଷଣ କ୍ଷଣକେ ଆନ, ଅମ୍ଳାନ ଆଲୁଅ: ମା' ରମାଦେବୀ, ମୁଁ ବି ପିଏ ମଦ, ପ୍ରକୃତି ଓ କବି, Mahanadi: The Waves of Feelings, Her Eyes, A Letter to a Birthday Girl ଆଦି କବିତା ତାଙ୍କ ବିବିଧମୁଖୀ ସୃଜନଶୀଳତାର ପରିଚୟ ବହନ କରେ। ଏକପଦୀ ଓ ଅନ୍ୟାନ୍ୟ କବିତା ସହିତ ସେ ଗଳ୍ପ ରଚନାରେ ମଧ୍ୟ ସକ୍ରିୟ । ତାଙ୍କ କବିତାକୁ କେବଳ ପାଠରେ ସୀମିତ ନରଖି ଖଲିକୋଟ ଆର୍ଟ କଲେଜରେ ଚିତ୍ରଗତ ଅଧ୍ୟୟନ କରାଯାଇଛି ବୋଲି ଉଲ୍ଲେଖ ରହିଛି; ଏହାର ସୃଜନାତ୍ମକ ପ୍ରତିଫଳନ ଆଜି ମଧ୍ୟ ‘ସୃଜନୀର ସୌଧ’ର କାନ୍ଥରେ ଦେଖିବାକୁ ମିଳେ। ମା' ବଳିଆର ସିଂଙ୍କ କୃପାରୁ କବିତ୍ୱର ବର ପ୍ରାପ୍ତ ହୋଇଥିବା ବିଶ୍ୱାସ କରାଯାଏ ଏଣୁ ତାଙ୍କୁ ‘ଦେବୀ ଦାସ’ ବୋଲି ସମ୍ବୋଧନ କରାଯାଏ । ଇଂରାଜୀରେ ଉପେନ୍ଦ୍ର ନାଥ ମହାବିଦ୍ୟାଳୟରୁ ସ୍ନାତକ ଓ ପରେ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ସତ୍ୟବ୍ରତ ବର୍ତ୍ତମାନ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ । ଗୁରୁ ଦିଲୀପ ପଣ୍ଡା ଓ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀଙ୍କ ମାର୍ଗଦର୍ଶନ ତାଙ୍କ ଗବେଷଣାତ୍ମକ ଚେତନାକୁ ସମୃଦ୍ଧ କରିଛି । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ— ଭାଷାରେ ଲେଖନୀ ଚାଳନା ସହିତ ଅନୁବାଦ କ୍ଷେତ୍ରରେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି । ଯୁବ ସାହିତ୍ୟ ପ୍ରତିଭାଙ୍କୁ ପ୍ରୋତ୍ସାହନ ଓ ଓଡ଼ିଆ ଭାଷା-ସାହିତ୍ୟର ଉନ୍ନତିକୁ ଲକ୍ଷ୍ୟ କରି ସେ ଉତ୍କଳ ଯୁବ ସାହିତ୍ୟ ସାମୁଖ୍ୟର ସଭାପତି ଓ ସମ୍ପାଦକ ଭାବେ କାର୍ଯ୍ୟ ରତ । ତାଙ୍କ ସାହିତ୍ୟିକ ଓ ସାମାଜିକ ଅବଦାନ ପାଇଁ ଉତ୍କଳ ସୋସିଆଲ ୱେଲଫେଆର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ‘ଉତ୍କଳ ସେବା ରତ୍ନ–୨୦୨୬’ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି । ଯୁବ ବୟସରେ ତାଙ୍କ ସୃଜନଶୀଳ ଯାତ୍ରା ଓଡ଼ିଆ ସାହିତ୍ୟର ନୂତନ ପିଢ଼ିର ସମ୍ଭାବନାକୁ ଉଜାଗର କରେ । ସେ କୁହନ୍ତି "ଈଶ୍ୱର ଅଦ୍ୱିତୀୟ କବି ପରଂବ୍ରହ୍ମ" ଏ ସମଗ୍ର ସଂସାରର ସେ ଗଢ଼ିଛନ୍ତି ତାଙ୍କ କଲମ ମୁନରେ ।
ରାଜଧାନୀରେ ରାତି ନଥାଏ, ନଥାଏ ନିଜର ପର, କେହି ଜଣେ ଝୁଣ୍ଟି ପଡ଼ିଲେ ଓଃ କହିବାକୁ ନଥାନ୍ତି କେହି ତାର,
ଆପଣଙ୍କ ମତାମତ