କବିତା

ତେଜସ୍ଵନୀ

Satyabrata Mahalik's odia poem Tejaswanee

‘ତ୍ରାହି ମାଂ, ତ୍ରାହି’ ରେ କମ୍ପି ଉଠେ
ଆକାଶ, ଜଳ, ସ୍ଥଳ—ସମଗ୍ର ମେଦିନୀ;

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦଶମୀ ତିଥି ଶୁକ୍ଳପକ୍ଷରେ
ବାଦଲର ଛାତି ଚିରି ଓହ୍ଲାଏ
ଗୋଟାଏ ଦିବ୍ୟ ଆଭା,
ଓଃ! କି ପ୍ରଖର ପ୍ରକାଶ,
କି ଦିବ୍ୟ ସେ ତେଜ!
ଡୋଳାରେ ପ୍ରବେଶ କରେ
ଯେବେ ମାଆ ଜଗଦମ୍ବା।

ଆକାଶଟା ଘୋର ଅନ୍ଧକାରରେ ବି ଚମକି ଉଠେ,
ସକଳ ଚରାଚର କାତର କାକୁସ୍ଥ,
ଆପ୍ରାଣେ କରନ୍ତି ତାକୁ ନାନା ସ୍ତବପାଠ।
‘ତ୍ରାହି ମାଂ, ତ୍ରାହି’ ରେ କମ୍ପି ଉଠେ
ଆକାଶ, ଜଳ, ସ୍ଥଳ—ସମଗ୍ର ମେଦିନୀ;
ମେଦିନୀ କମ୍ପି ଉଠେ
ସୋମନନ୍ଦୀର ସେ ହୁଙ୍କାରେ,
ଦନୁଜ ଦୁଷ୍ଟ ମୁକ୍ତି ଲଭେ ତବ ଶ୍ରୀପୟରେ।

ସେ ତେଜସ୍ୱୀର ତେଜ ସମ୍ମୁଖେ
କିଏ ବା କରିବ ଉନ୍ମାଦ?
କିଏ ଅଛି ବୀର ଏ ମହୀତଳେ
କରିବାକୁ ତାର ପ୍ରତିବାଦ?
ବ୍ରହ୍ମା ବି ବାଇଆ, ଦେବତା ଛାନିଆ,
ଆପେ ଆପେ ନତମସ୍ତକ ହୁଏ
ଏ କବି ଦେବୀ ଦାସର ମଥା।

କଲମର କାଳି ସବୁ ବୋଳାବୋଳି,
ପାଖରେ ନାହିଁ ଆଉ ଟଙ୍କା କି ପଇସା,
ସୁନା କି ରୂପା ଥାଳି ନାହିଁ ମୋ ପାଖରେ;
କେମିତି କରିବି ତୋ ପୂଜା-ଅର୍ଚ୍ଚନା?
ତୁହି ମୋର ମାଆ ବଳିଆରସିଂ,
ନାହିଁ ତୋତେ ଆଉ କିଛି ବି ଅଜଣା;
ଆଉ ସବୁ ବାକି—ଅଧା କାଳୀ, ଅଧା ମାଗଣା।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top