କବିତା

ହର ଦାସ କହୁଥିଲେ

Satyabrata Mahalik's odia poem Hara Das Kahuthile

ରାଜଧାନୀରେ ରାତି ନଥାଏ,
ନଥାଏ ନିଜର ପର,
କେହି ଜଣେ ଝୁଣ୍ଟି ପଡ଼ିଲେ ଓଃ କହିବାକୁ
ନଥାନ୍ତି କେହି ତାର,

ରାଜଧାନୀରେ ରାତି ନଥାଏ,
ନଥାଏ ନିଜର ପର,
କେହି ଜଣେ ଝୁଣ୍ଟି ପଡ଼ିଲେ ଓଃ କହିବାକୁ
ନଥାନ୍ତି କେହି ତାର,
ଆଉ କେହି କବିର ନିରୀହ ପ୍ରେମୀକା,
ଅସମୟରେ ଜାଳିବାକୁ,
ଏକାନ୍ତରେ ତା’ କବିତାସବୁର
ତଣ୍ଟି ଚିପି ମାରିଦେବାକୁ
କେବେ ଖୁଲେନା ତା’ ଦେହର ଲୋଗା ।।

ଦଲକାଏ ମେଘ ବର୍ଷିଗଲେ କୁଆଡ଼େ
ଗୋଟାଏ ଯୌବନ ସରିଯାଏ,
ଭୁବନେଶ୍ବର କୁଆଡ଼େ ଗୋଟେ କୃତଘ୍ନ ସହର,
କର୍ପୋରେଟ୍‌ର ବ୍ୟାପାର,
ଏଠି କେହି ନୁହେଁ ନିଜର,
ସ୍ୱାର୍ଥ ମାୟା ମୋହର ସଂସାର,
ଏଠି କେହି ନୁହେଁ କାହାର ।।

ରାତି ବିତିଗଲା ପରେ
ଗୋଟାଏ ସ୍ୱପ୍ନର ଅନ୍ତ ହୁଏ,
ଗୋଟାଏ କବିତା ଲେଖା ସରିଗଲେ
କବିର ମୃତ୍ୟୁ ହୁଏ,
ପୁଣି ଆଉ ଗୋଟାଏ ସମ୍ପର୍କ
ସ୍ନେହ, ମମତାର ମାୟା ଜାଲରେ ଛନ୍ଦି ହୁଏ,
ପରେ ପରେ ବଳକା ପ୍ରେମର ଚାପରେ
ଅଣନିଶ୍ୱାସୀ ହୁଏ ପ୍ରେମିକ ବିଚରା ।।

ଫିଥର ବିକ୍ଷିପ୍ତ ପ୍ରେମର ଚାପରେ ପ୍ରେମିକା
ରାଜଧାନୀରେ ବଲାତ୍କାର ହୁଏ,
ଦେଖୁ ଦେଖୁ ଆଶାର ସୌଧ ଘର
ପାମ୍ପଡ଼ ପରି ଭାଙ୍ଗିରୁଜି ଚୁରମାର୍ ହେଇଯାଏ ।।

ହର ଦାସ କୁହୁଥିଲେ ଇଏ
କୁଆଡ଼େ ମୋ ନିପାରିଲାପଣ,
ଘରୁ ଖାଇ ସାହିତ୍ୟ ମାର୍ ଗୁଲି
ତୁ ମାର୍ ଗୁଲି,
ପ୍ରେମିକା ଆଖିରୁ ଲୁହ ଦୁଇ ବୁନ୍ଦା
ମୋ ପାଇଁ ଗୁରୁଚଣ୍ଡାଳ ଦଶା,
କାନମୁଡ଼ି ତୁ ସିଧା ଘରକୁ ପଳା ।।

ବାକି ରହିଗଲା ଉପନ୍ୟାସ ଦୁଇ ଚାରି ପଣ,
ବାକି ଅଛି ଆଉ କିଛି ସାହିତ୍ୟ ଖଟି,
ସ୍ମାର୍ଟ ସିଟିର ଯୌବନ
ମେଞ୍ଚା ମେଞ୍ଚା କବିତା, ପ୍ରତାରଣା,
ଆଉ ଦୁଇ ଚାରି ପଣ ଏବେ ସ୍ମୃତିର ଛିଟା ।।

ମୁଁ, ମୁଠାଏ ଖାଇ ଘରେ ଶୁଇବା କଥା,
ଗରିବ ଚାଷୀ ମଳିମୁଣ୍ଡିଆ ହେଇ ମୋର
ସାହିତ୍ୟ ଚର୍ଚ୍ଚା ବଡ଼ବଡ଼ୁଆଙ୍କ ଶାଗ ଭଜା,
ମୁଁ ଶଳା ଗରିବ ମାଗିଖିଆ ।।

 

 

 

 

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top