ଅନୁଭୂତି

ଧନ୍ୟ ତୁମେମାନେ !!

Odia Author Biswajeeban Mishra

ଦେଶର ସାଧାରଣ ଜନତାଙ୍କ ଅମାପ ଧନ ସମ୍ପତ୍ତି ଲୁଟି କିଏ-କୁଆଡେ-କେତେବେଳେ ଚମ୍ପଟ ହୋଇ ଯାଉଛି ସେ କଥାର ତ ଟିକେ ହେଲେ ବି ନିଘା ନାହିଁ

ଧନ୍ୟ ତୁମେମାନେ !!
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

୨୦୦୮ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ଭର୍ତ୍ତି ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ମୋ’ ମୁଣ୍ଡରେ କେବଳ ଗୋଟିଏ ଚିନ୍ତା ଘାରି ଥାଏ -“ଏବେ ପ୍ରବେଶିକା ଦେୟ କେଉଁଠୁ ଆସିବ ?”

ମୋର ଆଜି ବି ସେହି ଦିନ ମନେ ଅଛି ଯୋଉ ଦିନ ମୁଁ ଆଉ ମୋ ବାପା ରେଭେନ୍ସାରେ ପଢିବା ବାବଦକୁ ଆବଶ୍ୟକ ଥିବା ମାତ୍ର ୪୦୦୦୦ ଟଙ୍କା (୨ବର୍ଷର ଦେୟ) ଶିକ୍ଷା ଋଣ ହିସାବରେ ପାଇବା ଆଶାରେ ସ୍ଥାନୀୟ ଏକ ବ୍ୟାଙ୍କର ଶାଖାକୁୁ ଯାଇଥିଲୁ ଆଉ ସନ୍ଦିଗ୍ଧ ଅପରାଧୀଙ୍କ ଭଳି ଅନେକ ପ୍ରଶ୍ନ ବାଣରେ ଜେରା ହୋଇ ଖାଲି ହାତରେ ଘରକୁ ଫେରିିଥିଲୁ । ଫେରିବା ବାଟରେ…”ଆପଣଙ୍କର ଜାଗାବାଡ଼ି ଠିକ ନାହିଁ”, “ଆପଣ ଜଣେ ଅବସର ପ୍ରାପ୍ତ ଶିକ୍ଷକ”, “ଆପଣଙ୍କର ବୟସ ହେଲାଣି”, “ଆପଣଙ୍କୁ ଆମେ ଋଣ ଦେଲେ ଆମେ ଫେରି ପାଇବାର ଗ୍ୟାରେଣ୍ଟି କଣ ! ” – ଆଦି କଥା ଗୁଡିକ ବାରମ୍ବାର ମୋ’ କାନରେ ପ୍ରତିଧ୍ୱନିତ ହେଲା । ମାତେ ଭାରି କଷ୍ଟ ହେଲା ଯେ ବାବାଙ୍କୁ ମୁଁ ବାଧ୍ୟ କରି ନେଇକି ଯାଇଥିଲି – “ନାଇଁ ନାଇଁ ଆମେ କୌଣସି ସମ୍ପର୍କୀୟ ବା ଚିହ୍ନା ଲୋକଙ୍କଠୁ ପଇସା ଆଣିବାନି, ଆମେ ବ୍ୟାଙ୍କ ଯିବା । ”

ହଉ ସେ କଥା ଛାଡ..।

ଆଜି ଯେଉଁମାନଙ୍କୁ ସୌଭାଗ୍ୟ ବଶତଃ ଉଚ୍ଚ ଶିକ୍ଷା ପାଇଁ ୫୦,୦୦୦ କି ୧୦୦,୦୦୦ ଶିକ୍ଷା ଋଣ ହିସାବରେ ମିଳି ବି ଯାଉଛି, ସେମାନଙ୍କୁ ମଧ୍ୟ ଏମାନେ ଶାନ୍ତିରେ ବସେଇ ଉଠେଇ ଦଉ ନାହାନ୍ତି । ଏତେ ବ୍ୟସ୍ତ ଯେ ଋଣ ଚୁକ୍ତିର ଅବଧି ପୁରା ନ ହେଉଣୁ ସେମାନଙ୍କ ଘରକୁ ପଳାଉଛନ୍ତି, “ପଇସା କେବେ ଦବ” ବୋଲି ଲେଖି ଚଠି ପଠେଇ ଦେଉଛନ୍ତି ।

(*ମୋର ଜଣେ ବନ୍ଧୁ ଏଇ ଗଲା ପ୍ରେମ ଦିବସରେ ପ୍ରେମ ପତ୍ର ବଦଳରେ ସେହି ଭଳି ଏକ ପତ୍ର ଡାକ ମାଧ୍ୟମରେ ପାଇଛନ୍ତି )

ହେଲେ ବିଡ଼ମ୍ବନା ଦେଖ !-

ମାଲ୍ୟା ମଉସା, ମୋଦି ଭାଇ ଦେଶର ବରା-ବାଲା, ପକୁଡି-ବାଲାଙ୍କର ହଜାର ହଜାର କୋଟି ଟଙ୍କାର ଚୂନ ମାରି ବିଦେଶରେ କେଡେ ଆଡ଼୍ଡ଼ାରେ ବୁଲୁଛନ୍ତି !

ଆଉ ଏପଟେ…

ଦେଶର ସାଧାରଣ ଜନତାଙ୍କ ଅମାପ ଧନ ସମ୍ପତ୍ତି ଲୁଟି କିଏ-କୁଆଡେ-କେତେବେଳେ ଚମ୍ପଟ ହୋଇ ଯାଉଛି ସେ କଥାର ତ ଟିକେ ହେଲେ ବି ନିଘା ନାହିଁ ଅଥଚ ନିରଭ ମୋଦିଙ୍କଠାରୁ ସେ ତାଙ୍କର ହୀରା ବିଜ୍ଞାପନ ବାବଦକ ପଇସା ଏ ଯାଏଁ ପାଇ ନାହାନ୍ତି ବୋଲି ଜଣେ ତ୍ରିପୁରା ସୁନ୍ଦରୀ ବିଭିନ୍ନ ଗଣମାଧ୍ୟମରେ ଦିନରାତି କାନ୍ଦି କହୁଛନ୍ତି, “ଶଳାକୁ ଛାଡିବିନି ! ତା’ ନା’ରେ କେସ୍ କରିଦେବି |”

ଧନ୍ୟ ତୁମେମାନେ !!

To Top