ଅନୁଭୂତି

ମୋ ଇଂରାଜୀ (ଆଟ୍ ଅଲ୍)

Prashaanta Senapati's odia cognition Mon Ingragi At All

ସାର୍ “ଆଟ୍ ଆଲ୍”ର ଅର୍ଥ କ’ଣ ? ମୁଁ ବିଜ୍ଞାନ ସାର୍‌ଙ୍କଠାରୁ ଏହାର ଅର୍ଥ ଜାଣିବାକୁ ଚାହିଁଲି ।

ମୋ ଇଂରାଜୀ (ଆଟ୍ ଅଲ୍)

ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତିନିସାଙ୍ଗ ମଧ୍ୟରେ କିଏ ପ୍ରଥମ ହେବ, ସବୁବେଳେ ପ୍ରତିଯୋଗିତା ହୁଏ । ବାର୍ଷିକ ପରୀକ୍ଷା ଆରମ୍ଭ ହୋଇ ସାରିଥିଲା ଓ ସେଦିନ ଇଂଲିଶ୍ ଥିଲା । ବିଜ୍ଞାନ ସାରେ ଆମ ଶ୍ରେଣୀର ଦେଖା ରେଖା କରୁଥିଲେ । ପ୍ରାୟ ମୁଁ ସବୁ ପ୍ରଶ୍ନ ଉତ୍ତର ଦେଇ ସାରିଥିଲି ।

ଗୋଟିଏ ପ୍ରଶ୍ନ ଥିଲା ଆଟ୍ ଅଲ୍‌କୁ (ଆଟ୍ ଅଲ୍) ନେଇ ବାକ୍ୟ ଗଢ଼ିବା । ମୋତେ “ଆଟ୍ ଅଲ୍”ର ଅର୍ଥ ଜଣା ନଥିଲା । ମୋ ପାଖରେ ଦଶ ମିନିଟ୍ ସମୟ ଥିଲା । ତେଣୁ ଦୁଇ ମାର୍କ ବିଶିଷ୍ଟ ଏହି ପ୍ରଶ୍ନକୁ ମୁଁ ଛାଡ଼ିଦେବା ପାଇଁ ପ୍ରସ୍ତୁତ ନଥିଲି ।

ସାର୍ “ଆଟ୍ ଆଲ୍”ର ଅର୍ଥ କ’ଣ ? ମୁଁ ବିଜ୍ଞାନ ସାର୍‌ଙ୍କଠାରୁ ଏହାର ଅର୍ଥ ଜାଣିବାକୁ ଚାହିଁଲି ।

“ଆଇ ଡୋଣ୍ଟ୍ ନୋ ଇଂଲିଶ୍ ଆଟ୍ ଅଲ୍” କହି ସେ ଚାଲିଗଲେ । ମୁଁ ଚଳ ଚଞ୍ଚଳ ଅବସ୍ଥାରେ ସାର୍ କହିଥିବା ଆଟ୍ ଅଲ ଶବ୍ଦ ପ୍ରତି ଧ୍ୟାନ ଦେଇ ପାରିଲି ନାହିଁ । ମୋତେ ଲାଗିଲା ବିଜ୍ଞାନ ସାରେ ସିଧା ସିଧା ମନା କରିଦେଲେ ମୋତେ ଇଂଲିଶ୍ ଆସେନାହିଁ । ମୁଁ ସାମାନ୍ୟ ଦୁଃଖୀ ହୋଇ ଘରକୁ ଫେରିଲି । ଘରେ ବାପା ମୋତେ ପରୀକ୍ଷା ବିଷୟରେ ପଚାରିବାରୁ ମୁଁ ସବୁ କଥା କହିଲି ।

ବାପା ସେ ବାକ୍ୟକୁ ଶୁଣିଲେ, ଯାହା ସାରେ କହିଥିଲେ । ସେ ବାକ୍ୟକୁ ଶୁଣି ସେ ହସିବାକୁ ଲାଗିଲେ ଓ କହିଲେ ସାରେ ତୁମ ପ୍ରଶ୍ନର ଉତ୍ତର ଦେଇ ତୁମକୁ ସାହାଯ୍ୟ କରିଥିଲେ । ତୁମେ ତୁମ ବୋକାମି କାରଣରୁ ବୁଝିପାରିନଥିଲ । ଦୁଇ ମାର୍କ ମୁଁ ଜାଣି ଜାଣି ହରେଇ ଥିବାରୁ ବହୁତ ଦୁଃଖ ଲାଗିଲା ।

ଏହି ଘଟଣାରୁ ଶିଖିବାକୁ ମିଳିଲା ଯେ ସମସ୍ତ କଥାକୁ ଧୈର୍ଯ୍ୟର ସହିତ ବୁଝିଲେ, ସମସ୍ୟା ସମାଧାନ ହେବ । ମୁଁ ଆଜି ବି ବିଜ୍ଞାନ ସାର୍‌ଙ୍କୁ ଶିକ୍ଷକ ଦିବସରେ ସମ୍ମାନର ସହିତ ମନେ ପକାଏ ।

To Top