ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଆମେ ଓଡ଼ିଆ ଆମ ଭାଷାଜ୍ଞାନ ଭାରି ବଢ଼ିଆ
ଜଗନ୍ନାଥ ଧାମ, ପୃଥିବୀ କହୁଛି,
କିନ୍ତୁ ଆମ ଭାଷା ଆମେ କରୁ ଗୋଳିଆ ।୦।।
ଆମେ ଆମଭାଷା ଛାଡ଼ି ଇଂରାଜୀ ଭାଷାକୁ ନେଲୁ
ପିତା, ମାତା ଭୁଲି ଡାଡ଼ି, ମମି ଡାକିଲୁ ।୧।।
ବର୍ଣ୍ଣବୋଧ ଆମ ସାହିତ୍ୟ ବହି
ତାକୁ ଛାଡ଼ି ଆମେ ଇଂରାଜୀ ପଢ଼ଇ ।୨।।
ଆମ ପରମ୍ପରା ଭୁଲିଣ ଗଲୁ
ଅଧା ଡ୍ରେସ୍ ପିନ୍ଧି ବାଟ ଚାଲିଲୁ ।୩।।
ଗୁରୁ ଗୁରୁଜନ ନାହିଁ ବିଚାର
ବାଟରେ ଦେଖଲେ ସାଲୁଟ୍ ମାର ।୪।।
ସ୍ୱାର୍ଥ ହିଂସାରେ ସଭିଏଁ ମଜିଣ
ପରନାରୀ, ପରଧନରେ ମନ ।୫।।
ଏଠି ଛୁଞ୍ଚି କରୁଥାଏ ଡାମ୍ଫୁଣର ଗୁଣଗାନ
ହସୁଥାଏ ଦେଖି ଚାଲୁଣି ମନ ।୬।।
ଶ୍ରୀଜଗନ୍ନାଥ ପ୍ରଭୁ ସୁଦୟାକର
ଓଡ଼ିଆ ପରମ୍ପରାକୁ ଉଧାର କର ।୭।।

Bhuban Ranjan Dash
December 8, 2016 at 11:29 am
Super