ଅନୁଭୂତି

ସତ କ’ଣ ?

ଗୋପବନ୍ଧୁ କହିଥିବା କଥା ଆମ ସାହିତ୍ୟରେ ପଢିଛେ ଯେ, ମୋ ଜୀବନେ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ଏହାର ସାରମର୍ମ ଖୋଜିବାକୁ ମୁଁ କେବେ ଚେଷ୍ଟା କରିନି । କିନ୍ତୁ ଆଜି ଖୋଜିଛି ।

ସତ କ'ଣ ?

ଜଣେ ମୋତେ କଥା ଛଳରେ କହିଲେ, ସତକୁ ଗ୍ରହଣ କର । ଠିକ୍ ଅଛି ସତକୁ ଗ୍ରହଣ କରିବି ତେବେ, ପ୍ରକୃତରେ ସତଟା କ’ଣ ? ବୋଲି ମୁଁ ତାଙ୍କୁ ପଚାରିଲି । ସେ କହିଲେ, ସତ ଯାହା ସେ କହିବାକୁ ଚାହୁଁନାହାନ୍ତି, ଆଉ ସତ ଯାହା ମୁଁ ବୁଝି ମଧ୍ୟ ଅବୁଝାଙ୍କ ଭଳି ବାହାନା କରେ । ତାଙ୍କର ଏହି ଦି’ ପଦ କଥା ଶୁଣି ସାରିଲା ପରେ ମୁଁ ଉତ୍ତର ଦେଲି । ସତଟା କ’ଣ ? ଯାହା ଆଖି ଦେଖେ, ନାଁ ଯାହା କାନ ଶୁଣେ, ନା ସତ ତାହା ଯାହା ଆଖିଦେଖା କଥା ସତ ସାଙ୍ଗକୁ କିଛି କାନକୁହା ସତ କିମ୍ବା ମିଛ ଶୁଣି ତାକୁ ସତ ବୋଲି ଭାବିନେବି । ପ୍ରକୃତରେ ଆମ ସମସ୍ତଙ୍କ କ୍ଷେତ୍ରରେ ସତକୁ ନେଇ ସବୁବେଳେ କିନ୍ତୁ ପରନ୍ତୁ ଲାଗି ରହିଥାଏ । ହଁ , ଏହା ସତ ଯେ, ସତ ସବୁବେଳେ କଠୋର, ନିଷ୍ଠୁର, ହତାଦର ଏବଂ ଯନ୍ତ୍ରଣା ତାମାନେ ନୁହଁ ଯେ, ସତ କାହା ଜୀବନରେ ଖୁସି ଆଣେନାହିଁ । କିନ୍ତୁ ସମାଜରେ ସବୁବେଳେ ସତକୁ ନେଇ କିଛି କିଛି ତର୍କ ଓ ବିତର୍କ ଚାଲିଥାଏ । ହୁଏତ ତାହା କେତେ ଗ୍ରହଣୀୟ ତାକୁ ବୁଝିବାକୁ କେବେ ସମୟ ମିଳେନି କି ସମୟ ମିଳିଲେ ମଧ୍ୟ ନିଜର ଖୁସି ପାଇଁ ତାକୁ ହତାଦର କରିବାକୁ ବାଧ୍ୟ ହୋଉ । ସେ, ଯାହା ହେଉଁନା କାହିଁକି ସତକୁ ଗ୍ରହଣ କରିବାକୁ ହେଲେ ଆମକୁ ସତକୁ ସାମ୍ନା କରିବାକୁ ପଡ଼େ । କାରଣ ସତ ଯେତେ କଷ୍ଟ ଦାୟକ , କିମ୍ବା ସୁଖ ଦାୟକ ହେଲେ ବି ସତକୁ ନେଇ ସଂଗ୍ରାମ ଅନବରତ ଚାଲିଥାଏ । ସତକୁ ଗ୍ରହଣ କରିବାକୁ ହେଲେ ଆମ ମନ ଏବଂ ଭାବନକୁ ମଧ୍ୟ ତାହାର ଯୋଗ୍ୟ କରିବା ଦରକାର । ସତ କାନକୁହା ହେଉ କିମ୍ବା ଆଖଦେଖା । ଯାହା ହେଲେବି ସତ ସବୁବେଳେ ସତ । ହୁଏତ ଆଲୋଚନା ଓ ଚର୍ଚ୍ଚା ପାଇଁ ସତ ଭିତରେ କିଛି ମନଗଡ଼ା କଥା କାହାଣି ଓ ଛୁଙ୍କର ଆବଶ୍ୟକତା ପଡ଼ିଥାଏ । କିଛି ଲୋକ ହୁଅନ୍ତି ସୁନାରେ କିଛି ରାଆମି ମିଶାଇଲେ ତାହା ଅଧିକ ମଜଭୂତ ହୁଏ । ହୀରାକୁ ଯେତେ ଅଧିକ ପଲିସି କରାଯାଏ ତାହା ସେତେ ଅଧିକ ଉଜ୍ଜ୍ୱଳ କରିଥାଏ । ତେଣୁ ସତ ସାଙ୍ଗରେ ଯଦି କିଛି ଗସିପ ମିଶିଯାଏ ଏବଂ ସେଥିରେ ଟିକେ ମିଛର ସାହାର ନେଇ କାହାର ବ୍ୟକ୍ତିତ୍ୱ ଉପରେ ତର୍କ କିମ୍ବା ବିତର୍କ କରାଯାଏ ତାକୁ ଦେହକୁ ନେବା ଠିକ୍ ନୁହଁ । କାରଣ କିଛି କଥା ଗ୍ରହଣ କଲିନେଲେ ହୁଏତ ଆମେ ସେମାନଙ୍କ ମୁଁହରେ ହସ ଦେଇପାରିବା, ଯେମିତି ଗୋପବନ୍ଧୁ କହିଥିବା କଥା ଆମ ସାହିତ୍ୟରେ ପଢିଛେ ଯେ, ମୋ ଜୀବନେ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ଏହାର ସାରମର୍ମ ଖୋଜିବାକୁ ମୁଁ କେବେ ଚେଷ୍ଟା କରିନି । କିନ୍ତୁ ଆଜି ଖୋଜିଛି । ଆଉ ସେମାନଙ୍କ ପାଇଁ ମୁଁ କହିବି ଯେ, ଯଦି ନିଜେ କିଛି ନିନ୍ଦା ଅପବାଦ କିମ୍ବା ପ୍ରଶଂସା ପାଇଲେ ଓ ତାକୁ ନେଇ କିଛି ଲୋକ ଆଲୋଚନା , ପର୍ଯ୍ୟାଲୋଚନା କରନ୍ତି ତେବେ ସେଥିରେ ବ୍ୟତିବସ୍ତ ହେବା କୌଣସି ଆବଶ୍ୟକତା ନାହିଁ । କାରଣ ପ୍ରକୃତରେ ସତ କଣ ତାହା ତୁମ ମନ ଓ ହୃଦୟ ଜାଣିଛି । ସେଥିପାଇଁ ତ , ଖୁସିରେ ଆତ୍ମହରା ହୁଅନାହିଁ କିମ୍ବା ଦୁଖରେ ଭାଙ୍ଗି ନପଡ଼ିଯିବାକୁ ମୋ ପାଠକଙ୍କୁ କହି ଆସିଛି । ହଁ , ଯଦି କେହି କେବେ ସତକୁ ନେଇ କିଛି ଚିନ୍ତା କରୁଥାଏ ତେବେ ତାଙ୍କୁ ପଛଘୁଞ୍ଚା ଦେବାର କୌଣସି ପ୍ରୟୋଜନ ନାହିଁ । କାରଣ ଜୀବନରେ ସିଏ ଜୟଲାଭ କରେ ଯିଏ ପ୍ରକୃତରେ ସତ କୁ ସାମ୍ନା କରେ । ତେଣୁ ସତକୁ ସମ୍ମାନ ଦେବା ଆବଶ୍ୟକ ସେ ଯେତେ କଠିନ ହେଲେ ବି ତାକୁ ଗ୍ରହଣ କରିବା ଦରକାର । ହସ ସହ ହସ ଟିକେ ମିଶାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ କିମ୍ବା ନିନ୍ଦା ଅପବାଦର ଜ୍ୱଳନ୍ତ ଉଦାହରଣ ହେବା ଆବଶ୍ୟ । କାହିଁକି ନା ଏ ଧରା ପୃଷ୍ଠରେ ସବୁ କିଛି ନିମିତକ ମାତ୍ରେ ପରିବର୍ତ୍ତନ ହୁଏ । ତେଣୁ ଆଜିକୁ ନେଇ ଚିନ୍ତିତ ହେବାରେ କିଛି ଅସୁବିଧା ନାହିଁ କିନ୍ତୁ ସେ ସତ, କିମ୍ବା ମିଛ ମିଶା ସତ ଯେ ଆସନ୍ତାକାଲିର ଦିନକୁ ଅନ୍ଧାରରେ ରଖିବ ବୋଲି ଭାବିବା କଦାପି ଗ୍ରହଣୀୟ ନୁହେଁ । କାରଣ ପ୍ରଶଂସକ ଓ ନିନ୍ଦୁକ ସବୁବେଳେ ଓ ସବୁ ସମୟରେ ଆମ ଚାରୀ ପାଖରେ ଥିଲେ, ଅଛନ୍ତି ଓ ରହିବେ ମଧ୍ୟ ତେଣୁ ସତ କଣ ଆମକୁ ଖୋଜିବାକୁ ପଡ଼ିବ । ଯେତେ କଷ୍ଟ ହେଉନା କାହିଁକି ପଛେ । ଆମକୁ ସେ ସତ ବି ଗ୍ରହଣ କରିବାକୁ ପଡ଼ିବ ଯଦି କିଛି ସମ୍ପର୍କକୁ ଭାଙ୍ଗି ଦିଏ । ହଁ କିଛି ଦିନ ହୁଏତ କଷ୍ଟ ହେବ । କିନ୍ତୁ ସେ ସତ ଦିନେ ତୁମ ଆତ୍ମାକୁ ଶାନ୍ତି ଦେବ । ସେ ଶାନ୍ତି ଯାହା ତୁମା ପାଇବାର ହକଦାର, ହଁ ମୁଁ ଜାଣେ ତୁମେ ସେ ସତକୁ ଖୋଜିବା ଆରମ୍ଭ କରିବ ଯାହା କେବେ ମିଛ ଭାବି କାହା ମନ ଭାଙ୍ଗି ଦେଇଛ । କିମ୍ବା ସେ ସତ ଯାହା ପାଇଁ ତୁମ ମଧୁର ସମ୍ପର୍କରେ ଏକ ରେଖାଟିଏ ଟାଣି ଦେଇଛି । ଆଉ ଡେରି କାହିଁକ ସତ ହେଉ କିମ୍ବା ମିଛ ମିଶା ସତ, ସମୟ ଆସିଛି ସମୟ ସହ ତାଳ ଦେଇ ସେ ସତକୁ ଗ୍ରହଣ କରିବାର । ଆଗକୁ ବଢ଼ିବାର ସମ୍ପର୍କକୁ ସୁଧାରିବାର ଏବଂ ସତକୁ ସମ୍ମାନ ଦେବାର । ଆଉ ଡେରି କରନି, ନିଜ ବିଗିଡ଼ି ଯାଇଥିବା ସମ୍ପର୍କରେ ସେହି ସତକୁ ମାନିବାକୁ ଚେଷ୍ଟା କର ଯାହା ତୁମକୁ ଶାନ୍ତି ଦେବ ଆନନ୍ଦ ଦେବ କିମ୍ବା ଦୁଖଃ ଦେବ । କାରଣ ଇଏ ତ ଜୀବନର କଳା । କାରଣ ସେ ଦୁଖଃ ମଧ୍ୟରେ ହିଁ ଲୁଚି ରହିଛି ସତ । ଆଉ ସେହି ସତ ମଧ୍ୟରେ ହିଁ ଲୁଚି ରହିଛି ଜୀବନର ଅର୍ଥ । ଜୀବନର ଅର୍ଥକୁ ଖୋଜୁଥିବା ମୋର ପାଠକେ ଯଦି ସତକୁ ଅନୁସନ୍ଧାନ କରି ସଫଳ ହେବେ ତେବେ ମୁଁ ଜାଣିବି ସେମାନେ ସେମନଙ୍କ ଜୀବନର ପ୍ରକୃତ ଅର୍ଥ ବୁଝିପାରିବେ । ତେବେ ମନକୁ ଭାରାକ୍ରାନ୍ତ ହେଲି ବି ଏତେ ସମୟ ଧରି ମୋତେ ଶୁଣିଥିବାରୁ ଆପଣଙ୍କୁ କୃତଜ୍ଞତା ଜଣାଇବା ସହ ସତ ଖୋଜିବା ପାଇଁ ଆପଣମାନଙ୍କ ପ୍ରୟାସକୁ ଶୁଭେଛା ଜଣାଉଛି ।

To Top