ହୁଏତ ଆସନ୍ତା ଜାନୁଆରୀ ଛବିଶ ତାରିଖରେ ଭାରତର ରାଷ୍ଟ୍ରପତି ତତେ ରାଷ୍ଟ୍ରଭାଷା ପୁରଷ୍କାର ପ୍ରଦାନ କରିପାରନ୍ତି । ସାର୍ ତତେ କାଲି ଡାକିଛନ୍ତି ।
ହିନ୍ଦୀ ପରୀକ୍ଷାରେ କୃତକାର୍ଯ୍ୟ ଲାଭ କରିଥିବା ଲିଷ୍ଟ ପ୍ରକାଶିତ ହେବ । ଶୈଳ ଆସି ଯାଇଥିଲା ।
ଚାଲ୍ ଆମେ ଦୁହେଁ ରେଜଲ୍ଟ ଦେଖି ଆସିବା ।
କେମିତି ଏକ ଅଜଣା ଭୟରେ ମୋ ଛାତି ଥରି ଉଠିଲା, “ନାଇଁ ଶୈଳ, ତୁ ମୋ ରୋଲ୍ ନମ୍ୱର ନେଇଯା, ଦେଖି ଆସିବୁ, ନିଶ୍ଚେ ଫେଲ୍ ହୋଇଥିବି ।” ନିଜ ଆଖିରେ ନିଜ ଅସଫଳତା ଦେଖିବାକୁ ମୋର ସାହସ ପାଇବନି ଶୈଳ ଆଉ ବେଶୀ ବାଧ୍ୟ ନ କରି ଏକା ଏକା ଗଲା ।
……… ବଉଳ ପାସ୍ କରିଛି, ମୁଁ ଫେଲ୍ ।
ଏହା ମୋର ପ୍ରଥମ ହିନ୍ଦୀ ପରୀକ୍ଷା ନିଜ ବିଷୟରେ ଶୁଣିବାକୁ ବହୁ ଆଗ୍ରହ ଥିଲେ ମଧ୍ୟ ଭରସି ପଚାରି ପାରୁ ନଥିଲି ସିନା ଆତୁର ନୟନରେ ଶୈଳ ଆଡକୁ ଚାହିଁ ରହିଲି ।
କିଏ ପ୍ରଥମ ହୋଇଛି କହିଲୁ ?
କେହି ଜଣେ ଖୁବ୍ ମେଧାବୀ ଛାତ୍ର ହୋଇଥିବେ ।
ଭୂଲ୍, ଛାତ୍ର ନୁହେଁ ଛାତ୍ରୀ ।
ଅର୍ଥାତ୍ ଝିଅ ଜଣେ ! କେତେ ବୁଦ୍ଧିମତୀ ହୋଇଥିବେ । ଆମେ ତା ସଂଗେ ଦେଖା କରି ପାରିବା ! ନାଁ ସେ ବହୁତ ଦୂରରେ ।
ମୁଁ ଦେଖାକରି ସାରିଲିଣି ।
ତୁ କେତେ ସେଲ୍ଫିସ୍ ନୋହୁ ଶୈଳ ।
ବେଳେ ବେଳେ ହେବାକୁ ପଡେ । ଆଚ୍ଛା ଠିକ୍ ଅଛି, ତୋ ରେଜଲ୍ଟ ଜାଣିବୁନି ।
ଫେଲ୍ ତ ହୋଇଥିବି । ନ ହେଲେ ତୁ ପ୍ରଥମରୁ କହିନଥାନ୍ତୁ କିଛି କଥା ନାହିଁ । ଦୁହେଁ ମିଶି ଆଉଥରେ ରଗଡିବା । ପ୍ରଥମ ଯୁଦ୍ଧରେ ଭୀମ ହାରେ ।
ନା, ଆମ ଘରେ ମତେ ଆଉ ଥରେ ପରୀକ୍ଷା ଦେବାପାଇଁ ପଇସା ଖର୍ଚ୍ଚ କରିବେନି । ଆମ ଘରର ଆର୍ଥିକ ଅବସ୍ଥା ତ ଜାଣୁ ତେତେ ଆଉ ବେଶୀ କ’ଣ କହିବି ! ହଁ ମ, ପରିଚୟଟା ଏମିତି କ’ଣ ବଡ ପରୀକ୍ଷାଟା ଏ ଯେ ପାସ୍ ନ କଲେ ମୋର କ୍ୟାରିଅର ଖରାପ ହେବ ।
ନାଁ ଶୈଳ, ହିମତ୍ ହାର୍ ନା ଆମେ ଆଉ ଥରେ ଲଢିବୁ ।
ତୁ ଲଢିବା ପାଇଁ କେଉଁଠି ରହିବୁ ? ତୁ ତ ଯାଇ କୋଉ ଉପରେ ଆଚ୍ଛା ଶୁଣ୍, ସାର କ’ଣ ମନ୍ତବ୍ୟ ଦେଲେ ।
ତୋ ପାଇଁ ବହୁତ ଦୁଃଖ କରିଥିବେ । ତୁ ଉଭୟ ପ୍ରାର୍ଥମିକ, ପ୍ରବେଶରେ ଖୁବ୍ ଭଲ କରିଥିଲୁ ବୋଲି ସାର ସବୁବେଳେ କହନ୍ତି ।
ହଁ, ଠିକ୍ କହିଲୁ, ମାତ୍ର ତୋ ପାଇଁ ମତେ ଗାଳି ଶୁଣିବାକୁ ପଡିଲା କହିଲେ “ଝିଅଟାକୁ ପାସଙ୍ଗରେ ପକାଉ ନ ଥିଲା । ଆଜି ସେ ଓଡିଶାର ନାମ୍ ରୋଶନ୍ କରିଛି । ” ତୁ ସମସ୍ତ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛୁ ଅନୁ । ହୁଏତ ଆସନ୍ତା ଜାନୁଆରୀ ଛବିଶ ତାରିଖରେ ଭାରତର ରାଷ୍ଟ୍ରପତି ତତେ ରାଷ୍ଟ୍ରଭାଷା ପୁରଷ୍କାର ପ୍ରଦାନ କରିପାରନ୍ତି । ସାର୍ ତତେ କାଲି ଡାକିଛନ୍ତି ।