ଉଷାର ଡଗର ମୂକ ଜନେ ଦେଇ ଭାଷା ନିରକ୍ଷର ହାତରେ ଅକ୍ଷର ଏ ଜାତିର ହେ ପୟଗମ୍ୱର ।
ଶିତୁଆ ସଞ୍ଜର ଦିକ୍ ଦିକ୍ ଜଳନ୍ତା ବତୀ ପହିଲି ଆଶାଢ଼ର ବର୍ଷାଭିଜା ଗାଁ ମାଟି ପ୍ରେମିକାର ଆଦ୍ୟ ଚୋରା ଚିଠି ଲୁପ୍ତପ୍ରାୟ ମହାନ ରାଜକୀୟ କୀର୍ତ୍ତି
ନାରୀ ଦେହକୁ ଯାବତୀୟ ବିଳାସବ୍ୟସନର ସାମଗ୍ରୀ ରୂପେ ବ୍ୟବହାର କରୁଥିବା ଉପଭୋକ୍ତା ସମାଜ ଏବେ ବି ନାରୀର ଶାରୀରିକ ସତୀତ୍ୱକୁ ଖୁବ୍ ପ୍ରଶଂସା କରେ
ଯେ ନାରୀଟିଏ ସତ୍ୟ ଓ ଆତ୍ମାର ଅନ୍ୱେଷାରେ ଆଗ-ପଛ ନ ଭାବି ଗୋଡ଼ କାଢ଼ିଲେ ସଂସାରରେ ତା' ନାରୀପଣ ହୋଇଯାଏ ମିଛ ।
କାହାକୁ ପ୍ରାଣଦେଇ ରମଣ କରିବା କେଡେ଼ ସାଧ୍ୟ ସାଧନାର କଥା !
ବିନ୍ଦୁ ବିନ୍ଦୁ ଝାଳକୁ ଅଞ୍ଜଳୀରେ ଧରି ତୁମକୁ ସମର୍ପଣ କଲି । ହେଲେ ତୁମେ ଆଜି କାହିଁକି ବୁଝୁନ ଯେ ତୁମରି ନେଇ ମୋ ସ୍ମୃତିର ସବୁଜ ଅରଣ୍ୟରେ ଭୟାବହ...
ଧିକ ଅଧିକାରୀ ଗଣ ଧିକ ତୁମ ପ୍ରଶାସନ ତୁମ ପରେ ଯିଏ ଭରସା କରିଲା ଅକାଳେ ଗଲା ତା ପ୍ରାଣ ।
ତମେ-ମୁଁ ଏକାଠି ଦେଖୁଥିଲେ ସ୍ୱପ୍ନ ଅଥଚ ଏବେ ମତେ ଆଖି ବୁଜିବାକୁ ହୁଏ ଭୟରେ ଭୁଲ୍ରେ ବି ଖୋଲିଗଲେ ଆଖି ସେଇସବୁ ସ୍ୱପ୍ନ ପୋଡ଼ା ବଉଳ ପରି ଝଡ଼ିପଡ଼ୁଥାଏ ।।
ଜିଇଁଥିବା ସବୁ ଲୋକର ଲୋଡ଼ା କାନ୍ଧଟିଏ ଉପରକୁ ଉଠିବାକୁ, ପାପକୁ ଲୁଚେଇବାକୁ ବୟସ ବୋଝରେ କ୍ଳାନ୍ତ ହେବାଯାଏଁ ଆଉ ମଲା ଲୋକର ଲୋଡ଼ା ମଶାଣିରେ ପହଞ୍ଚିବା ଯାଏଁ ।।
ଥରେ ଶୁଣିବି ବୋଲି ଚାହିଁଛି ତମଠୁଁ ଆଜିକାଲି ଦେଖା ହୁଏନା ତମେ ଇଚ୍ଛା ନ କଲାଯାଏ ସ୍ୱପ୍ନରେ ବି !
ଆପଣଙ୍କ ମତାମତ