କବିତା

କାନ୍ଧ

Snigdha Panda's odia poem Kaandha

ଜିଇଁଥିବା ସବୁ ଲୋକର ଲୋଡ଼ା
କାନ୍ଧଟିଏ
ଉପରକୁ ଉଠିବାକୁ,
ପାପକୁ ଲୁଚେଇବାକୁ
ବୟସ ବୋଝରେ କ୍ଳାନ୍ତ ହେବାଯାଏଁ
ଆଉ ମଲା ଲୋକର ଲୋଡ଼ା
ମଶାଣିରେ ପହଞ୍ଚିବା ଯାଏଁ ।।

କାନ୍ଧ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦୁନିଆରେ ସଭିଙ୍କର ଲୋଡ଼ା ହୁଏ କାନ୍ଧ
ପୁଅର ଲୋଡ଼ା
ବୁଲିଯିବାକୁ ମେଳାଯାଏଁ
ଝିଅର ଲୋଡ଼ା
ଆଖିର ଆକ୍ଷେପରୁ ନିଜକୁ ରକ୍ଷା କରିବାକୁ
ଆର ଘର ଯାଏଁ
ସ୍ତ୍ରୀ ଲୋକର ବି ଲୋଡ଼ା
ପ୍ରେମ ଆଉ ଅହଙ୍କାର
ଉଭୟକୁ ଦାଣ୍ଡରେ ପ୍ରକାଶିବା ଯାଏଁ ।।

ଜିଇଁଥିବା ସବୁ ଲୋକର ଲୋଡ଼ା
କାନ୍ଧଟିଏ
ଉପରକୁ ଉଠିବାକୁ,
ପାପକୁ ଲୁଚେଇବାକୁ
ବୟସ ବୋଝରେ କ୍ଳାନ୍ତ ହେବାଯାଏଁ
ଆଉ ମଲା ଲୋକର ଲୋଡ଼ା
ମଶାଣିରେ ପହଞ୍ଚିବା ଯାଏଁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top