ପ୍ରତିନିୟତି ଆତ୍ମାକୁ ନିଲାମ କରି ଲାଭକ୍ଷତିର ଫଳାଫଳରେ ତଳକୁ ଖସୁଛି କ୍ରମଶଃ ନିଜ ବଡ଼ପଣ ।
କମ୍ୱଳକୁ ବଳିଯାଉଛି ନିଆଁକୁ ବି ଜମା ଡରୁନି ରୋଗ-ବ୍ୟାଧି ଆଉ ବୟସ ସହ ସୁନ୍ଦର ତାଳ ଧରୁଛି କଟକଣା ସବୁକୁ ଯାଉଅଛି ଅଚିରେ ଡେଇଁ ଡେଇଁ ।
ମନ ଆଉ ଦେହ ଭିତରେ ନାହିଁ ଅନ୍ତର କିଛିର ବି ପାଚେରୀ କରିପାରିନି ନିଜକୁ ଦିଫାଳ ।
ଯେମିତି ବି ପାରିଲେ ଚେଷ୍ଟାକର ଧୂଳିରେ ମିଶାଇ ଦିଅ ଅବା ଡିନାମାଇଟ୍ରେ କର ଟୁକୁରା ଟୁକୁରା କିମ୍ୱା କ୍ରୁଶବିଦ୍ଧକର ଫିନିକ୍ସ ପକ୍ଷୀପରି ପୁଣି ଥରେ ଚିତାଭଷ୍ମରୁ ଫେରିପାଇବ ପୂର୍ବର ସତେଜ...
ବଳକା ବିନ୍ଦୁ ବିନ୍ଦୁ ପାଣି ଝରୁଥାଏ ଡାଳପତ୍ର ଦେହରୁ ସ୍ତମିତ ହୋଇଯାଏ ଦହନ ସ୍ୱସ୍ତିର ପ୍ରଲେପରେ ।
ଆପଣଙ୍କ ମତାମତ