କବିତା

କବିତା ଘର

Baruna Kumar Das's odia poem Kabitaa Ghara

ଯେମିତି ବି ପାରିଲେ ଚେଷ୍ଟାକର
ଧୂଳିରେ ମିଶାଇ ଦିଅ ଅବା
ଡିନାମାଇଟ୍‌ରେ କର ଟୁକୁରା ଟୁକୁରା
କିମ୍ୱା କ୍ରୁଶବିଦ୍ଧକର
ଫିନିକ୍ସ ପକ୍ଷୀପରି
ପୁଣି ଥରେ ଚିତାଭଷ୍ମରୁ
ଫେରିପାଇବ ପୂର୍ବର ସତେଜ ଶରୀର
କବିତା ଘର !

କବିତା ଘର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଫର୍ଦ୍ଦେ କାଗଜରେ
ଶବ୍ଦ ସବୁ ଯୋଡ଼ି ଯୋଡ଼ି
ଇମାରତ କରୁଥାଏ କବିଟେ
ନାଁ କବିତା ଘର ଯା’
ଲିଲିପୁଟ ଆକାଶ ଛୁଆଁ
ଅଟ୍ଟାଳିକା ସାମ୍ନାରେ ବାରମ୍ୱାର ।

ଯେମିତି ବି ପାରିଲେ ଚେଷ୍ଟାକର
ଧୂଳିରେ ମିଶାଇ ଦିଅ ଅବା
ଡିନାମାଇଟ୍‌ରେ କର ଟୁକୁରା ଟୁକୁରା
କିମ୍ୱା କ୍ରୁଶବିଦ୍ଧକର
ଫିନିକ୍ସ ପକ୍ଷୀପରି
ପୁଣି ଥରେ ଚିତାଭଷ୍ମରୁ
ଫେରିପାଇବ ପୂର୍ବର ସତେଜ ଶରୀର
କବିତା ଘର !

ଶବ୍ଦସବୁ ସବୁଦିନ
ରକ୍ତବୀଜର ବଂଶଧର
ଯେତେ ବି ପାରିଲେ ସଂହାର କର
ଗୋଟିଏ ବିନ୍ଦୁ ରକ୍ତରୁ
ପୁଣି ଜମାଟ ବାନ୍ଧୁଥିବ ଶବ୍ଦସବୁ
ସଜେଇବି ହୋଇଯିବ
ନିଜ ରୂପରେ ଥରକୁ ଥର
କବିତା ଘର !

1 Comment

1 Comment

  1. ଶ୍ରୀ ବିନୟ ମହାପାତ୍ର

    ବିନୟ ମହାପାତ୍ର

    October 5, 2016 at 1:56 pm

    ବହୁତ ସୁନ୍ଦର ହୋଇଛି କବିତାଟି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top