ଅପମାନ ସବୁକୁ
ଶୋଷି ନେଉଛି
ବ୍ଲଟିଂ ପେପର୍ ହୋଇ
ବଞ୍ଚିବାର ପାରୁପଣ ।
ପ୍ରତିନିୟତି ଆତ୍ମାକୁ ନିଲାମ କରି
ଲାଭକ୍ଷତିର ଫଳାଫଳରେ
ତଳକୁ ଖସୁଛି କ୍ରମଶଃ
ନିଜ ବଡ଼ପଣ ।
ମର୍ଯ୍ୟାଦା କ୍ରୁଶବିଦ୍ଧ ହେଲାପରେ
ତ୍ରିଶଙ୍କୁ ହୋଇ
ଝୁଲି ପଡ଼ିଛି
ସମ୍ପର୍କର ମିଛ ସତରେ
ଅର୍ଥହୀନ ଜୀବନ ।
ବିବେକ ଆଉ ଆଦର୍ଶ
ପଛରେ ଧାବମାନ
ଅସହାୟ ମଣିଷପଣ ।
