ଆଉ ସହରରେ
ଠାଇଁ ନାହିଁ ଜାଣି
ଗାଁରେ ପକେଇଛି ଡେରା,
ବାହାରକୁ ତଡ଼ି ଦେଇ ବି
ପଶି ଆସୁଛି ଥରକୁ ଥର
ଜଣେ କେହି ଅଲାଜୁକ ହୋଇ ।
କମ୍ୱଳକୁ ବଳିଯାଉଛି
ନିଆଁକୁ ବି ଜମା ଡରୁନି
ରୋଗ-ବ୍ୟାଧି ଆଉ ବୟସ ସହ
ସୁନ୍ଦର ତାଳ ଧରୁଛି
କଟକଣା ସବୁକୁ ଯାଉଅଛି
ଅଚିରେ ଡେଇଁ ଡେଇଁ ।
ଛୁଇଁ ଯାଉଛି ସତ
ହେଲେ ବାନ୍ଧି ହେଉଛି ବା କାହିଁ ।
ଏକଥା ସତ ଯେ
ଆଗପରି ସେ ଆଉ
କାୟା ବିସ୍ତାର କରୁନି
ବଳବାନ୍ ହୋଇ,
ମାଘ ମାସ ସିନା ଅଛି
ହେଲେ ସେ ଆଉ ଜମା
ବାଘ ହୋଇ ନାହିଁ ।