ତୁହି ଦୀନବନ୍ଧୁ ତୁହି କୃପାସିନ୍ଧୁ ତୁହି ଜଗବନ୍ଧୁ ଠାକୁରରେ ବାରମାସେ ତୋର ତେର ଯାତ ହୁଏ ଆହେ ନୀଳାଚଳିଆରେ ।
ପରିବେଶ ସୁରକ୍ଷା ପରା ଆମରି ଦାଇତ୍ୱ ଆସ ସବୁ ମିଳିମିଶି କରିବା ପବିତ୍ର ସଂକଳ୍ପ ।।
ନନ୍ଦିଘୋଷ ରଥେ କାଳିଆ ମୋହର ତାଳଧ୍ଵଜ ରଥେ ବଡ଼ଭାଇ, ଦର୍ପଦଳନରେ ମା ମୋର ବିଜେ ମହତ ଲୀଳା ଏ ଅଟଇ ।
ଘରଣୀ ହାତର ପଖାଳ କଂସାରେ ଥାଏ ସେନେହର ପରଶ ମହମହ ବାସେ ଶାଗ, ବଡ଼ିଚୁରା ଖାଇ ହୁଏ ମନ ହରଷ ।।
ଆଲୋକର ମାଳା ଝଲସେଇ ଦିଏ ଗାଁ ଗଣ୍ଡା ପୁଣି ସହର ଚାରିଆଡ଼େ ଖେଳେ ଖୁସିର ଲହରୀ ପରବ ଏ ତ ଆଲୋକର ।।
ଆପଣଙ୍କ ମତାମତ