କବିତା

ଜୟ ମା କାଳୀ

Sudeepta Suchismita Jena's Odia Poem JAI MAA KAALI

ଆଲୋକର ମାଳା ଝଲସେଇ ଦିଏ
ଗାଁ ଗଣ୍ଡା ପୁଣି ସହର
ଚାରିଆଡ଼େ ଖେଳେ ଖୁସିର ଲହରୀ
ପରବ ଏ ତ ଆଲୋକର ।।

ଜୟ ମା କାଳୀ

ବିଜୟ ପର୍ବ ଅଯୋଧ୍ୟା ନଗରେ
ହୋଇଥିଲା ଦୀପାବଳୀ
ଅନ୍ୟାୟ ଅନ୍ଧାର ଦୀପ ଦୂର କରେ
ସେନେହ ପରଶ ଢାଳି ।।

ଆଲୋକର ମାଳା ଝଲସେଇ ଦିଏ
ଗାଁ ଗଣ୍ଡା ପୁଣି ସହର
ଚାରିଆଡ଼େ ଖେଳେ ଖୁସିର ଲହରୀ
ପରବ ଏ ତ ଆଲୋକର ।।

ପୂଜା ମଣ୍ଡପରେ ପୂଜା ତ ପାଆନ୍ତି
ମଙ୍ଗଳମୟୀ ମା’ କାଳୀ
ଭକତିର ଅର୍ଘ୍ୟ ତୋ ପାଦେ ଢାଳୁଛି
ପ୍ରଣତିର ଦୀପ ଜାଳି ।।

ଆଶିଷ ଦେ’ ମା’ ଜଗତ ବନ୍ଦିନୀ
ଜଗତ କଲ୍ୟାଣ ପାଇଁ
ହସି ଉଠୁ ମା’ ଲୋ’ ଏ ସାରା ସଂସାର
ତୋର ଆଶୀର୍ବାଦ ପାଇ ।।

ମନ୍ଦାର ହାରରେ ସଜେଇ ମାଆକୁ
ସ୍ଥାପିଛି ମୁଁ ହୃଦୟରେ
ଅଗତିର ଗତି ତୁ ମୋ ଶକତି
ମା’ ତୁ ମୋ ମନ ମନ୍ଦିରରେ ।।

ଦୁଃଖ ନାଶ ହୁଏ ତୋ ନାମ ଜପିଲେ
ତୁ ପରା ଆରତଭଞ୍ଜିନୀ
ଦକ୍ଷିଣକାଳୀ ତୁ ମା’ କାତ୍ୟାୟିନୀ
ତୁ ମୋ ମା’ ନାରାୟଣୀ ।।

ଆବାହନ ନ ଜାଣେ ମା’
ନ ଜାଣେ ତୋ ପୂଜା
କୃପା କରି ମୋ ଦୟିନୀ
ଘେନ ଦଶଭୂଜା ।।

ତୋର ଶ୍ରୀପୟରେ ମା’ ଲୋ’
ନେଉଛି ମୁଁ ଶରଣ
ମନ୍ତ୍ର ଶ୍ଳୋକ ଜାଣେ ନାହିଁ
ଆରତି ମୋ ଘେନ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top