କବିତା

ଦୀପର ଦୀପାବଳି

Sudeepta Suchismita Jena's odia poem Deepara Deepaabali

ପରିବେଶ ସୁରକ୍ଷା ପରା
ଆମରି ଦାଇତ୍ୱ
ଆସ ସବୁ ମିଳିମିଶି
କରିବା ପବିତ୍ର ସଂକଳ୍ପ ।।

ଦୀପର ଦୀପାବଳି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅନ୍ଧକାର ହଜିଯିବ
ଆସିଛି ଦୀପାବଳି
ହେମନ୍ତର ପାଖୁଡ଼ାରେ
ଆଲୋକର ମେଳି ।।

ପାରବଣ ପରଶରେ
ହସିଛି ଏ ଧରା
ସବୁ ମନ ଆନନ୍ଦିତ
ମେଳିଲାଣୀ ଦୀପର ପସରା ।।

ରଙ୍ଗ ବେରଙ୍ଗ ରଙ୍ଗୋଲୀରେ
ଘରକୁ ସଜେଇ
ଭକତିର ଅର୍ଘ୍ୟରେ
ମନକୁ ରଙ୍ଗେଇ ।।

ଦୁର୍ନୀତିର କଳା ଅନ୍ଧାର
ସବୁ ଯିବ ଧୋଇ
ଜାତି ଭେଦ ଭାବ ହଜିଯିବ
ସବୁ ଭାଇ ଭାଇ ।।

ଧରମ ମାସରେ ଆସ
ପୂଣ୍ୟ କାମ କରିବା
ଆକାଶ ଦୀପଟିଏ ଜଳେଇ
ନାମ କୀର୍ତ୍ତନ କରିବା ।।

ଗରିବକୁ ଦାନ ଦେବା
ବାଣ ନ ଫୁଟେଇ
ଦୁଃଖୀ ପେଟ ପୂରିଗଲେ
ଧରଣୀ ରାଣୀ ହସଇ ।।

ପରିବେଶ ସୁରକ୍ଷା ପରା
ଆମରି ଦାଇତ୍ୱ
ଆସ ସବୁ ମିଳିମିଶି
କରିବା ପବିତ୍ର ସଂକଳ୍ପ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top