ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ସ୍ୱର୍ଣ୍ଣମ ଓଡ଼ିଶା ପବିତ୍ର ଧରାରେ
ସୁନା ଫଳେ ଧରିତ୍ରୀରେ
କୃଷକ ବାପୁଡ଼ା ତୁଣ୍ଡ ଝାଳ ମୁଣ୍ଡେ ପୋଛି
ଖଟୁଥାଏ ଖରା ତରାରେ ।।
ଘରଣୀ ହାତର ପଖାଳ କଂସାରେ
ଥାଏ ସେନେହର ପରଶ
ମହମହ ବାସେ ଶାଗ, ବଡ଼ିଚୁରା
ଖାଇ ହୁଏ ମନ ହରଷ ।।
କାଶିଆ, କପିଳା ବଳଦ ଗୁହାଳେ
ଖାଆନ୍ତି କୁଣ୍ଡା ତୋରାଣୀ
ଚଷାଭାଇ ସହ ଚଷିବେ ସେ କ୍ଷେତ
ହସିବ ଧରଣୀ ରାଣୀ ।।
ଅକ୍ଷୟ ତୃତୀୟା ପବିତ୍ର ଦିବସେ
ଅକ୍ଷି ମୁଠି ନେଇ ଶରଧାରେ
ଚାଷ ଅନୁକୂଳ କରି କୃଷକଟି
ପୂଜା କରେ ବିଲ ମୁଣ୍ଡରେ ।।
ମହନୀୟ ଆମ ଓଡ଼ିଶା ସଂସ୍କୃତି
ମହନୀୟ ପରମ୍ପରା
ଚାଷୀ ଭାଇ ହାତେ ହସେ ସୁନା କ୍ଷେତ
ଶସ୍ୟ ଫଳେ ସୁନାଝରା ।।
କୃଷକ ହସିଲେ ହସିବ ରାଇଜ
ଦେବା ତାକୁ ସନମାନ
ଖାଦ୍ୟ ଉପୁଜାଇ ରଖେ ସେ ଜୀବନ
ରଖିବା ତାହାର ମାନ ।।

Pingback: Odia Poem Chashaa Bhaai paain Akshaya Trutiya by Sudeepta Suchismita Jena | Oriya Magazine ameodia.com