ନନ୍ଦିଘୋଷ ରଥେ କାଳିଆ ମୋହର
ତାଳଧ୍ଵଜ ରଥେ ବଡ଼ଭାଇ,
ଦର୍ପଦଳନରେ ମା ମୋର ବିଜେ
ମହତ ଲୀଳା ଏ ଅଟଇ ।
୧୬ଟି ଚକକୁ ୮୩୨ କାଠରେ
ନାଲି ହଳଦିଆ ବସ୍ତ୍ର ଘୋଡ଼େଇ,
ନନ୍ଦିଘୋଷ ଗଡ଼େ ଶରଧାବାଲିରେ
ତ୍ରିଲୋକ ବାହିନୀ ବାନା ଉଡ଼ଇ ।
୧୪ଟି ଚକକୁ ୮୬୩ କାଠରେ
ନାଲି ନୀଳ ବସ୍ତ୍ର ସଜେଇ,
ତାଳଧ୍ୱଜ ଗଡ଼େ ଶ୍ରୀକ୍ଷେତ୍ରରେ
ଉନାନୀ ବାନାକୁ ଉଡ଼ଇ ।
୧୨ଟି ଚକକୁ ୫୯୩ କାଠରେ
ନାଲି କଳା ବସ୍ତ୍ର ସଜେଇ,
ଦର୍ପଦଳନ ଗଡ଼େ ଶରଧାବାଲିରେ
ନଦମ୍ବିକା ବାନା ଉଡ଼ଇ ।
ଭକତ ବତ୍ସଳ କାଳିଆ ଠାକୁର
ବଡ଼ଦାଣ୍ଡେ ଲୀଳା କରଇ,
ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି
ମାଉସୀ ମା ଘରେ ପୋଡ଼ ପିଠା ଖାଇ ।
ହେରା ପଞ୍ଚମୀରେ ମା ଲକ୍ଷ୍ମୀ
ରଥ କାଠ ଭାଙ୍ଗନ୍ତି ମାନରେ,
କାଳିଆ ଠାକୁର ବଡ଼ ରସିକିଆ
ମା’ଙ୍କୁ ବୁଝାନ୍ତି ସେନେହରେ ।
ନବଦିନ ଯାତ୍ରା ସାରି ମାଉସୀର ଘରେ
ବାହୁଡ଼ଇ ଶ୍ରୀମନ୍ଦିରକୁ,
ଭକତ ବାପୁଡ଼ା ଚାହିଁ ରହିଥାଏ
ସୁନାବେଶ ଦେଖିବାକୁ ।
କାଳିଆର ଲୀଳା ଜଗତ ବିଖ୍ୟାତ
ତୁ ତ ଜଗତର ଠାକୁର,
ତୋଅରି ପାଦରେ ପ୍ରଣତି ଢାଳୁଛି
ଦୁଃଖ ମୋର ଦୂର କର ।