କବିତା

କାଳିଆ ଠାକୁର

Sudeepta Suchismita Jena's odia poem Kaaliaa Thakura

ତୁହି ଦୀନବନ୍ଧୁ ତୁହି କୃପାସିନ୍ଧୁ
ତୁହି ଜଗବନ୍ଧୁ ଠାକୁରରେ
ବାରମାସେ ତୋର ତେର ଯାତ ହୁଏ
ଆହେ ନୀଳାଚଳିଆରେ ।

କାଳିଆ ଠାକୁର

ଭାବ ବିନୋଦିଆ ନିଳାଚଳିଆରେ
ଘର ତୋର ଶ୍ରୀକ୍ଷେତ୍ରରେ
ସକାଳ ଧୂପରେ ଦେଖେ ତୋତେ ମୁଁହି
ଦେଖେ ସନ୍ଧ୍ୟା ସଳିତାରେ ।

ମହ ମହ ବାସେ କସ୍ତୁରୀ ଚନ୍ଦନ
ତୋର ଭାବ ମନ୍ଦିରରେ
ଅଲୌକିକ ତୋର କରୁଣା ଜଗାରେ
କି ଲେଖିବି କାଗଜରେ ।

ମନଭରି ତୋର ଦିବ୍ୟ ଅନୁଭବ
ସାଉଁଟିବି କାଳିଆ ରେ
ପରିକ୍ରମା କରି ତୋର ଶ୍ରୀମନ୍ଦିର
ଧନ୍ୟ ହେବ ଜୀବନରେ ।

ତୁହି ଦୀନବନ୍ଧୁ ତୁହି କୃପାସିନ୍ଧୁ
ତୁହି ଜଗବନ୍ଧୁ ଠାକୁରରେ
ବାରମାସେ ତୋର ତେର ଯାତ ହୁଏ
ଆହେ ନୀଳାଚଳିଆରେ ।

ଳୀଳାମୟ ମୋର କୋଠ ଭୋଗଖିଆ
ତୋ କରୁଣା ବରଶୁରେ
ଏ ଜୀବନ ଯାଉ ତୋର ସିଂହଦ୍ୱାରେ
ତୋର ନାମ ଜପି ଜପିରେ ।

ମନ ଭରି କରି ଦେଖିବ ଜଗତ
ତୋର ନେତ ବନ୍ଧା ପରବ
ଥକ୍କା ମେଣ୍ଟାଇବି ତୋର ଚାରି ପାଶେ
ଦେଖି ଓଡ଼ିଶାର ଭାସ୍କର୍ଯ୍ୟ ।

ଜଗତ ମଂଗଳ କର ଚକାଡୋଳା
ଭାଇ ଭଉଣୀକୁ ଧରି
ଧର୍ମ ବିରାଜୁ ଏହି ଧରିତ୍ରୀରେ
ତୋର ଦିବ୍ୟ ନାମ ସ୍ମରି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top