ଚହଳ ପଡିଗଲା ଏ କଥା କାଲିଠୁ ତା ସ୍ଵର କଉଠି ବି ସୁଭୁନି ଭୟ ଓ ଲଜ୍ୟାର କକ୍ଟେଲ୍ ଗନ୍ଧ ଭିତରେ ଯେମିତି ଘୁମେଇ ପଡିଛି ।
ମୋ ଗୋଟା ଦେହ ପୋଡୁଛି ଦେଖୁ ଦେଖୁ ମୋତେ ଭଲ ପାଉଥିବା ଚରିତ୍ରଟି ବି ମୋ ଭିତରେ ସମାହିତ ହୋଇ ଜଳି ଜଳି ପୁତକାର କରୁଛି ।
ଆଜି ମୁଁ ଏକାନ୍ତ ତମର ଆଉ ସେ କାହା ପାଦ ଚିହ୍ନର ଧସାରେ ଜାଳୁନି କି ଉଡିଆସୁଥିବା ହଳଦୀ ବସନ୍ତର ଛବିକୁ ଚାଟିତଳେ ଚାପି ରଖି ସ୍ୱପ୍ନରେ ମଶ୍ଗୁଲ୍ ରହୁନି...
ସତ ଏ କଥା ପ୍ରକୃତିର ନିଶ୍ଚୟ ସବୁ ରଙ୍ଗ ମିଶିଲା ପରେ ଅନ୍ଧାର ହିଁ ଆସେ ଖୁବ କଳା ଓ ଭୟଙ୍କର ହେଇ ।
ହୁଏତ ହେଇ ପାରେ କାହା ସ୍ୱପ୍ନରେ ଦିଶୁଥିବା ସମାଧୀର ଗୁମୁରା ସ୍ୱର ଇଏ ।
ଆମର ଏ ଯାତ୍ରା ଅନ୍ଧାରରେ ଆରମ୍ଭ ହେଇ କ’ଣ ଅନ୍ଧାରରେ ଶେଷ ହେଇଯିବ . . . ??
ଆପଣଙ୍କ ମତାମତ