ଭେଟିଥିବା ଅନେକ ପଦାଧିକାରୀଙ୍କ ଠାରୁ ଅଦେଖା ଅଧିକାରୀ ଯେତେ ପାରଙ୍ଗମ ବେଶୀ କୁହୁକ କଥାର ।
ସମ୍ପର୍କର ସବୁ ମାଟି ଓଦା ହେଲା ଲୁହରେ ଲହୁରେ ବୀଜରୁ ବୃକ୍ଷ ହୋଇ କେନା ମେଲିଲା ମେଲିଗଲା ଡାଳପତ୍ର କଢ଼ଫୁଲ ସ୍ନେହ ମମତାର ରାଶିରାଶି ଫଳ ବି ।
ଅନେକ ଉପେକ୍ଷାକୁ ଦେହସୁଆ କରିବାକୁ ହୁଏ ଚଳୁ କରିବାକୁ ପଡ଼େ ଅବହେଳା ଅନାଦର ବିଳମ୍ୱିତ କୁଶଳ ଖବର ଅନାଗ୍ରହ ଆଚରଣ ସତ୍ତ୍ୱେ ମିଳେନା ଉତ୍ତର ।
ତୋ ପାଇଁ ଆକାଶଟେ ଜରୁରୀ ମଣିବୁ ଯେତେବେଳେ ତିଆରିବୁ ନିଜର କରି । କେବଳ ଦ୍ରୁମ ହେଲେ ସରିଯାଏନି ଜୀବନ ଅରଣ୍ୟ ଗଢ଼ି ଦେବୁ ତୋ ନିଜ ରୁଚିର ଦୁନିଆଁରେ...
ବେଳେବେଳେ କହିବା ଆଗରୁ କିଛି କଥା ସରିଯାଏ ମୋର, ସରିବା ଆଗରୁ କବିତା ବୁଝିନେଇ ହଁ ହଁ ଶୁଭେ ତମର ।
କିମ୍ୱଦନ୍ତୀକୁ ଆଉ ଜୀବନ୍ତ କରନାହିଁ ଛାତି ଫୁଲେଇ ମୁଣ୍ଡ ଉଠେଇ କହିବେ ବୋଲି ପୁତ୍ରପ୍ରୌତ୍ରାଦିମାନେ ସେଠି ତ କେବେଠୁଁ ଚରିଯାଇଛି ଉଇ ।
ଆପଣା ଛାଏଁ ଗଢ଼ିହେଲା ଘର ନିଜ, ବାହାରଟା ପର !
ସେଇ ବିଶ୍ୱାସରେ ମହକିତ କରି ସାରିଛି ଧାଇଁବାର ଅନିଶ୍ୱାସୀପଣ ପ୍ରତିଦ୍ୱନ୍ଦୀ ନୁହେଁ ନିଜ ସ' ନିଜର ପ୍ରତିଯୋଗିତାରେ ଅହରହ ମୁଖର ମିଳନ ।
ଭେଟିଥିବା ଅନେକ ପଦାଧିକାରୀଙ୍କ ଠାରୁ ଅଦେଖା ଅଧିକାରୀ ଯେତେ ପାରଙ୍ଗମ ବେଶୀ କୁହୁକ କଥାର ।
ଦେଖିବାକୁ ବାକି ଅଛି କେଉଁଦିନ ଟେଣ୍ଡର ପଡ଼ିବ ପବନ, ଗଛ, ଛାଇ, ଗାଁ ନଈ ଏସବୁ ଧରିନେବେ ବିଦେଶୀ ସ୍ୱଦେଶୀ ହତବାକ୍, ଗାଁ ମାଟି, ମା' ଭାଇ ସେତେବେଳେ ।
ଆପଣଙ୍କ ମତାମତ