ଲହଡ଼ିଭଙ୍ଗା ହସ ଅଧାଖୋଲା ସ୍ୱପ୍ନ ଭର୍ତ୍ତି ଆଖି ଅସରନ୍ତି ମମତାରେ ଜୁଡୁବୁଡ ଗୋଟେ ନିରିମାଖୀ ମନ ବିଶ୍ୱବ୍ୟାପୀ ବିଶ୍ୱାସ ଆତ୍ମାରୁ ନିଗିଡ଼ି ପଡୁଥିବା ଆପଣାପଣ ଅପେକ୍ଷାରେ ଉଜାଡ଼ି ଦେଲି !
ପୁଷକୁ ପର ଲାଗିବ ବାପାଙ୍କ କାନ୍ଧରେ ଉହୁଁକି ଥାଉ ନ ଥାଉ ସୂରୁଜ ହାପା ନଇଁଥିବେ କ୍ଷେତରେ ।
ମୋ ସୀମନ୍ତରେ ଭରିବାକୁ ବାଜି ଲଗାଇଛି ଯିଏ ଦାମ୍ପତ୍ୟ ବିଶ୍ୱାସ ଆପଣାକୁ ନ ଚିହ୍ନି ବାଉଳା ହେଉଥିବା ନିଶାଖୋର ପରି ମୁଁ ଭୂଆଁ ବୁଲାଇବାରେ ବି ଓସ୍ତାଦ୍ ।
ଉଠୁ ଉଠୁ କେବେ ଯଦି ଭାଙ୍ଗି ପଡୁଥିବି ଏ ଚିନ୍ତା, ଭୟ ଓ ଆଶଙ୍କା ଗୋଟାପଣେ ରହୁଚି ଆବୋରି ।
ସମୟ ମୋ ବିତେ କେଉଁ ପରି ଥାଏ ନିହାତି ଅଥୟ ନା ଅଥର୍ବ ପଥର ।
ସାରାକାଳ, ଅଭିଯୋଗ, ଅପମାନ ସହଜରେ କହୁଥାନ୍ତି ସବୁ ତୁମର ଏ ପିଲାଖେଳ !
ତମେ ରହିବା ନ ରହିବାରେ ଫରକ୍ ପଡ଼ିବନି ଭଲ ପାଇବା, ଝୁରି ହେବାରେ ଅସତ୍ୟ ଲାଗିଲେ ତୁମକୁ ମୋ ପ୍ରେମ ଦୁର୍ବଳ ଧରିନେବ ତମ ସମ୍ପର୍କରେ । ରହିବନି ପାଖେ...
ଯେତିକି ପ୍ରେମ, ଭୟ ସେତିକି ମୁଁ ତଥାପି ଫେରି ଆସିବି ତା' ପାଖକୁ, ଦିନେ ସବୁକୁ ପଛ କରି ।
କେଉଁଠୁ ଆରମ୍ଭ ଏକଥା କେତେବାଟ (ଆହା !) ଚାଲିଗଲା ଜୀବନର ଚିତା !
ଦେ, ଦେଇ ଦେ' ନିଜ ଭିତରର ଅହଂ ମୋ କାନି ପଣତରେ ଓଜାଡ଼ି ଦେ' ଦେ, ଦେ, ଦେଇଦେ' ତୋ ଭିତରର ଅସାମର୍ଥ୍ୟ ଅସହାୟତା, ନଂପୁସକତ୍ୱକୁ ମୋ ଜୀବନ ବେଦରେ...
ଆପଣଙ୍କ ମତାମତ