ଗୁଣ-ଆଶ୍ରୟେ ଲୀଳାମୟୀ ତୁମେ ଶାଶ୍ୱତ-ସନାତନୀ, ପରିତ୍ରାତା ଶରଣାଗତେ, ଚାମୁଣ୍ଡା, ନାରାୟଣୀ ।
ତୁମେ କରୁଣାର ବ୍ୟାପ୍ତ ଆକାଶଟିଏ, ବଉଦଟିଏ ମୁଁ ଭାସୁଅଛି ସତେ ତୁମରି ଅସୀମ କୋଳେ ! ବାହିନିଅ ପ୍ରଭୁ ତୁମରି ବୁକୁରେ କ୍ଷୁଦ୍ର ଏ କାୟା ମୋର, ତୁମ ଇଚ୍ଛାରେ...
ହଜିଯାଉ ଏ ସୁର ମୋହର ବିଶ୍ୱ ପୁଣି ବିଶ୍ୱାତୀତ ପ୍ରାଣେ, ମଜିଯାଉ ମନ ଚୈତନ ତୁମରି ସେ ବେଣୁର ଶ୍ରବଣେ ।
ଦିଅ ଗୋ ଦିଅ ମୋତେ ଏତିକି ଅଧିକାର, ନ ଦେଲ ଯଦି ଆଉ ଜୀବନେ କିଛି ମୋର, ଦିଅ ଗୋ ମୋତେ ତୁମେ ଏତିକି ଅଭିମାନ କ୍ଷୁଦ୍ର ଏ ଜୀବନେ...
ସବୁଜ ପତରଟି ତୁମରି ମହୀରୁହେ ପଲ୍ଲବି ଅଛି ହୋଇ କଅଁଳ ଛନ ଛନ, ବିଶ୍ୱମୟ ତଵ ମଣୋହି କରି ପାନ ବିଶ୍ୱାତୀତ ପାନେ ବଳାଇଅଛି ମନ ।
ଏଇ ସେ ହସୁଛି ଓ଼ଷ୍ଠ ଥରାଇ ଭୁବନମୋହିନୀ ରସେ , ଏଇ ସେ ନାଚୁଛି ନୂପୁରର ତାଳେ ଅଭିସାରିକାର ବେଶେ ।
ତୁମେ ଜୀବନର ଏକଇ କାମ୍ୟ ଚରମ ଆଶ୍ରା ମମ, ନଶ୍ଵର ଏହି ଜୀବନରେ ତୁମେ ଶାଶ୍ୱତ ପ୍ରିୟତମ ।
ଜନ୍ମଦିନର ମର୍ମ ନଥିଲି ଜାଣି ମୁଁ, ଯେଣୁ ଜନ୍ମିବା ଆଗୁ ମୃତ୍ୟୁ ଗରଭେ ଝରିଲି , ଏବେ ପାଇ ଅମୃତ ସ୍ପର୍ଶ ତୁମର ଏ ଦେହେ ମୁଁ ଗୋ ନବଜନ୍ମର...
ନିତ୍ୟ ତବ ପଲକ ତାଳେ ଚଲାଅ ତୁମେ ସୂର୍ଯ୍ୟ ଶଶୀ, ସ୍ନିଗ୍ଧ ତବ ଅଧର ଧାରେ ଝରାଅ କେତେ ଦିବସ ନିଶି ।
ଆପଣଙ୍କ ମତାମତ