ଯାହାର ପରିଭାଷା ବ୍ୟସ୍ତ ବିବ୍ରତ ସମୟକୁ ଧରି ରଖିବାର ଗୋଟେ ଗୋଟେ ବିଫଳ ପ୍ରୟାସ ଯେଉଁ ଟିକକ ସୁଖ ତାହା ଦୁଃଖର ଯୋଗ ତାଲିକାରେ ପୁଣି ଗୋଟେ ବିଶିଷ୍ଟ କ୍ଷୁଦ୍ରାଙ୍କ...
ଏଇତ ...ସମୟର ନିଆଁ ଚେଙ୍କ ଲିଭିନି ମନରୁ ଦାଗ ପାଉଁଶର ଅବଶେଷ କହିଯାଏ ଗଲାକାଲି ଅନ୍ଧାର ମୁହଁର କଥା
ଛାଡିଆସିଥିବା ରଙ୍ଗ ମଖା ଦିନସବୁ ପର ମୁହୂର୍ତ୍ତରେ ନିଷ୍କରୁଣ ନିଆଁଗିଳା ସମୟର ସହଚର
ଆତଙ୍କର ଛାଇ ହୋଇ ଛପି ବସିଥାଏ ଅନ୍ଧାର ଭିତରେ ସୁଯୋଗ ଅପେକ୍ଷାରେ ।
ଆପଣଙ୍କ ମତାମତ