ତୋ ସ୍ନେହା ଆଦର ସରଗ ମା ମୋର ତୋ ଠାରୁ ମୋତେ ଦୂର ତୁ ନକର ।।
ମୋ ମରଣରେ ଅଛି କି ମା ସବୁ ସମସ୍ୟାର ସମାଧାନ ମାରି ମୋତେ କି ବୋଲାଇବ ତୁମେ ଧରଣୀଠୁ ଗରିୟାନ ?
ଦୁନିଆ ଆଖିରେ ମାଟି କଣ୍ଢେଇ ମୁଁ ମା ତୋ ଆଖିରେ କିଶ ? ସରଗର ପରୀ ତୁହି ଅପସରୀ ଆଜି ସଜୁ ମୋ ଝିଅ ବେଶ ।।
ଭାଇ ର ଯେତେକ ପୁରୁଣା ପୋଷାକ ପିନ୍ଧି ମୁଁ ଚଳେଇ ନେବି ତୋ ପୁରୁଣା ଶାଢୀ ପିନ୍ଧି ନେବି ମା କେବେ ଅଳି ମୁଁ ନ କରିବି ।।
ମା ତୋର କଷ୍ଟ ହୁଏ ଅନୁଭବ ତଥାପି ତୁଣ୍ଡ ଖୋଲେନି ପ୍ରତିବାଦ ବୀନା କି ବିପ୍ଲବ ସମ୍ଭବ ।।
ମା ତୋ ଦେଶେ ବହେ ଗଙ୍ଗା ଗୋଦାବରୀ ଶୋଭାପାୟେ ଯେଉଁ ଦେଶେ ଭୂ ସ୍ଵର୍ଗ କାଶ୍ମିରୀ ।।
ମା ତୁମେ ହିଁ ପରିଚୟ ଦେଇପାର ପିତା ପରିଜନ ସମାଜ ଈଶ୍ୱର
ମନମୋର ଯିବା ଆମେ ସେ ଆଲୋକର ଦେଶେ ଜନ୍ମ ଦାତ୍ରୀ ମୋ ମା ର ପାଶେ ଟିକେ ଥୟଧର ।।
ତୁମେ ପରା କହିଥିଲ, ତା ଆଦର ଯତ୍ନ ତୁମ ପରି ତା ହାତେ ଯାଦୁ ଅସୁମାରି କୋମଳ ପରଶ ତା ଅମୃତ ସମ ।।
ଆପଣଙ୍କ ମତାମତ