କବିତା

ମନମୋର

Bibhuprasad Parida's odia poem Mana Mora

ମନମୋର
ଯିବା ଆମେ ସେ ଆଲୋକର ଦେଶେ
ଜନ୍ମ ଦାତ୍ରୀ ମୋ ମା ର ପାଶେ
ଟିକେ ଥୟଧର ।।

ମନମୋର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମନମୋର
କୁନି ମନ ମୋର
ଜାଣେ ଅସୁମାରି ଆଶା ଅଛି ତୋର
ଟିକେ ଥୟ ଧର ।।

ମନମୋର
ଯିବା ଆମେ ସେ ଆଲୋକର ଦେଶେ
ଜନ୍ମ ଦାତ୍ରୀ ମୋ ମା ର ପାଶେ
ଟିକେ ଥୟଧର ।।

ମନମୋର
ଆକାଶେ ଉଡିବା, ଫୁଲରେ ଝୁଲିବା
ନୂଆକରି ଆମେ କାହାଣୀ ଲେଖିବା
ଟିକେ ଥୟଧର ।।

ମନମୋର
କହିବାରେ ଯାଇ ମା କୁ ବୁଝାଇ
କନ୍ୟା ଭ୍ରୁଣ ଟିକୁ ବଞ୍ଚାଇବା ପାଇଁ
ଟିକେ ଥୟଧର ।।

ମନମୋର
ତୋ ଆଶା ସକଳ, କରିବା ସଫଳ
ଦୁଖୀ ମାର କଷଣ, ଫେଡିବା ତୁ ଜାଣ
ଟିକେ ଥୟଧର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top