କବିତା

ମା ତୋ ଦେଶେ

ବିଭୁ ପ୍ରସାଦ ପରିଡ଼ାଙ୍କ ଓଡ଼ିଆ କବିତା ମା ତୋ ଦେଶେ

ମା ତୋ ଦେଶେ ବହେ
ଗଙ୍ଗା ଗୋଦାବରୀ
ଶୋଭାପାୟେ ଯେଉଁ ଦେଶେ
ଭୂ ସ୍ଵର୍ଗ କାଶ୍ମିରୀ ।।

ମା ତୋ ଦେଶେ

ମା ତୋ ଦେଶେ ପୂଜାପାୟେ
ସାବିତ୍ରୀ ଶୀତା
ତୋ ଦେଶେ ପଢା ଯାଏ
ରାମାୟଣ ଗୀତା ।।

ମା ତୋ ଦେଶେ ବହେ
ଗଙ୍ଗା ଗୋଦାବରୀ
ଶୋଭାପାୟେ ଯେଉଁ ଦେଶେ
ଭୂ ସ୍ଵର୍ଗ କାଶ୍ମିରୀ ।।

ମା ତୋ ଦେଶ ମାଟି ଭିଜା
ଗାନ୍ଧୀ, ଗୋପବନ୍ଧୁ, ରକତେ
ତୋ ଦେଶ ପରି ଦେଶ ନାହିଁ
ସାରା ଜଗତେ ।।

ମା ତୋ ଦେଶେ ଜନ୍ମିଥିଲେ
ଗାର୍ଗୀ ଲୋପମୁଦ୍ରା
ଯଶସ୍ଵିନୀ ସରୋଜିନୀ
କଳ୍ପନା ଇନ୍ଦିରା ।।

ମା ତୋ ଦେଶେ ପୂଜାପାଏ
ମାଟି ପଥର
ମଧୁପୁର୍ଣ ହୃଦ ତୋର ହେଲା
କିପରି ପଥର ?

ତୋ ଦେଶେ ଯିବା ଥିଲା
ଇଶ୍ଵର ଇଙ୍ଗିତ
ପଥ ଅଧା, ଯାତ୍ରା ଶେଷ
ପଥିକ ସେ ମୃତ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top