ସାସୁ ଶ୍ଵଶୁର ପରିବାର, ସ୍ଵାମୀ ଜୀବନ କର୍ମଧାର ଚାହୁଁ ନଥିଲେ କନ୍ୟା ସନ୍ତାନ ନ ହେଉ ଜନ୍ମ ତୋର ।।
ସଂସାର ଚାହେନି ଝିଅ କହେ ମାଟି ହାଣ୍ଡି, ଘିଅ କଥା କଥାରେ ଲାଗେ ମା କୁ ବାଧା ।।
ତୋ କୋଳେ ଜନମିବି ମନେ ଥିଲି ଭାବି କୁଆଁ କୁଆଁ କରି କେତେ ମୁଁ କାନ୍ଦିବି ଆଶା ମରୀଚିକା କଲା ତୋର ଛନ୍ଦ ଫେରେଇ ଦେ ମୋତେ ।।୨।।
ଗରଭେ ଧରୁଛି ଗରଭେ ମରୁଛି କନ୍ୟା ଭ୍ରୁଣ, ସେ ଆକାଳେ ରଖିଲେ କେ ମାରେ
ହେ ରୂପକାର, ନାନା ରୂପଦେଇ, ସର୍ବସଂହା କଲ ମାତା ଭଗିନୀ ଜାୟା କି ପାଇଁ ପାୟେ ସେ ନୀତି ଅତ୍ୟାଚାର
ମା ତୋ ହାତେ ଜୀବନ ମୋହର ମୋ ହାତେ କରମ ଫଳ ଜୀବନ ରହିଲେ ମା ତୁ ଅଭୟା ମରଣେ ମୋ ଭାଗ୍ୟ ବଳ ।।
ତୁମ ଇଚ୍ଛାରେ ଆତ ଜାତ ଗଗନ ପବନ ଜୀବ ଜଗତ ଋତୁ ଚକ୍ର, ଜୀବନ ଚକ୍ର ଗତି ସ୍ଥିତି ବିଳୟର ଚିତ୍ର ।।
ମୋତେ କାଟିବା ଆଗରୁ ଚିରିବାକୁ ପଡେ ମା ତୋ ଦେହକୁ ।।
ଏଇ ଥର ମୋତେ ଜନ୍ମ ଦେ ମା ତୋ ପରି ମା ଟିଏ ହେବି ନାରୀ ଜାତିର ସମ୍ମାନ ପାଇଁ କି ଜୀବନ ମୁଁ ଦେଇ ଦେବି ।।
ମା ତୋ ହୃଦ ଆଦରରେ ଭରା ମୁଁ ଅଲୋଡା କଣ୍ଢେଇ ଟିଏ ସେ ଆଦର ଯତ୍ନ ପାଇବା ପାଇଁକି କଣ ମୁଁ ଦାବିଦାର ନୁହେଁ ?
ଆପଣଙ୍କ ମତାମତ