କବିତା

ତୁମେ ହିଁ କେବଳ

Bibhuprasad Parida's odia poem Tume Hin Kebala

ମା
ତୁମେ ହିଁ
ପରିଚୟ ଦେଇପାର
ପିତା ପରିଜନ ସମାଜ ଈଶ୍ୱର

ତୁମେ ହିଁ କେବଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମା
ତୁମେ ହିଁ
କେବଳ ପାରିବ
ଏ ଅନ୍ଧାର କୁ ଦୂର କରିଦେଇ
ତୁମେହିଁ ପାରିବ, ବିଶ୍ଵ ବଦଳେଇ
ମା
ତୁମେ ହିଁ
ପରିଚୟ ଦେଇପାର
ପିତା ପରିଜନ ସମାଜ ଈଶ୍ୱର
ଅଜଣା ଏ ଦୁନିଆରେ ତୁମେ ଆପଣାର ।।

ମା
ତୁମେ ଚାହିଁଲେ
ମାଂସ ପିଣ୍ଡୁଳା ସମ୍ପୂର୍ଣ ହେବ
ଜନ୍ମ ନେବ ଶିଶୁ କନ୍ୟା, ସାଜିବ ଦୁହିତା
ହୋଇପାରେ ସେ ଗାର୍ଗୀ, ଲୋପମୁଦ୍ରା,ଭ୍ୟାଲେଣ୍ଟିନା, କଳ୍ପନା ଗଗନ ସମ୍ଭୁତା ।।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top