ସବୁ କନ୍ୟା ଶିଶୁ ଅନ୍ତରରେ ମଲେ କେହି ବି ଜଣେ ଜନମ ନ ନେଲେ ତିଷ୍ଠି ପାରିବକି ଏ ମହି ମା ପାରିବୁକି ତୁ କହି ।। ।।
ଦୁଇ କୁଳ ହିତା କନ୍ୟା ଯେ ଦୁହିତା ଦୁଇ କୁଳ ହିତେ ଜନମ ଯାହାର କିଆଁ ସର୍ବନାଶ ତାର କରୁ କୋଉ କଥା କୁ ତୁ ଡରୁ ।। ।।
ମା ନାରୀ ହୁଏ ନିର୍ଯାତିତା ଶକ୍ତି ରୂପେ ଦେବୀ ମନ୍ଦୀରେ ପୂଜଇ ସିଏ ସମାଜେ ବନିତା ଲତା ।। ।।
ଆତ୍ମା ଯେ ଅମର ବିନଶ୍ୟ ଶରୀର ଶରୀର କୁ ମାର ତୁମେ ଚାହଁ ଯେତେ ବାର ଆତ୍ମା କୁ କେ ମାରି ପାରେନା ମା ତୁମେ କି ଜାଣନା ?
ମମତାର ମୂର୍ତ୍ତିଟିଏ ଭାଙ୍ଗି ଆଜି ଖଣ୍ଡ ଖଣ୍ଡ କନ୍ୟା ନାଶର ପ୍ରତିବାଦେ ସମାଜ ଦେଇଛି ଦଣ୍ଡ ।। ।।
ନାରୀଟିଏ କନ୍ୟା ଭ୍ରୁଣଟିକୁ ମାରେ ନାରୀଟିଏ ଭ୍ରୁଣର ଜୀବନ ପାଇଁ ଜୀବନ ହାରେ ।। ।।
ଅଭୟ ତୁ ଦେଉ ସନ୍ତାନେ ତୋହର ବଞ୍ଚାଇ ନପାରେ, ତୁ ଜୀବନ କନ୍ୟାର ମାତା କହି ତୋତେ ପୂଜେ ସଂସାର ନାରୀ କୁ ମଣଇ ପିତୁଳା ମାଂସର ।।
ତୁ ସାଜିଲୁ ବଇରୀ ମୋତେ ପକାଇଲୁ ମାରି କରିଥିଲି ମୁଁ କି ଦୋଷ କନ୍ୟା ଭ୍ରୁଣ ଟି ମୁଁ ଆଜି ମିଶେ ମାଟିରେ ।।
ନଷ୍ଟ ଭ୍ରୁଣଟି ଇଶ୍ଵର କୋଳରେ ଅଛୁ ନିଶ୍ଚିତ ରେ ମନ ଥୟ ଧରେ ଆଜି ବି ତୋତେ ମନ ଝୁରେ ।।
ନୂଆ ଦୁଇ ଆଖି, ନପରାଇ ଦେଖି ଅନ୍ଧାରରେ ଯାଏ ମିଶି ନୂତନ ଓଠଟି ବନ୍ଦ ହୋଇଯାଏ ପାରିବା ଆଗରୁ ହସି ।।
ଆପଣଙ୍କ ମତାମତ