ସେ ସାହୁକାର ବଡ଼ ଚତୁର ଝଡ଼ାଇ ନିଏ କିଛି ବଜାର ଦର କରେ ଅସ୍ଥିର ଜୀବନ ତା'ର ଛି ଛି ।
ଚଡ଼କେ ଚମକି ନ ଯାଇ ତା’ ପରି କିଏ ଧାରା ଶିରାବଣେ ଭିଜାଇ ଭିଜାଇ ଦେହ । ଗହୀର ପାଟରେ ପଖାଳ ତୋରାଣି ପିଏ ଜୀବିକାପାଇଁ ଜୀବନକୁ ମଣି ହେୟ...
ଆମେସବୁ ଚାଷୀ ଚାଷ ତ ମୂଳ ତମରି ପେଟ ପାଇଁ ଆମେ ଖଟୁଥିଲେ ଆଣ୍ଠେଇ ପେଟେଇ ତମେ ଖୋଜୁଅଛ ଛାଇ ।।
ତମେ ବସାଇବ କାରଖାନା ବୋଲି ଆମେ ହେଉ ବାସହରା ଆମ ଗାଁ ମାଟି ତା' ପାଣି ପବନ ଶସ୍ୟ ଶ୍ୟାମଳା ଧରା ।
ବନ୍ୟା, ମରୁଡ଼ି, ବତାଶ ହୋଇଲେ ବଞ୍ଚେ ଚାଷୀ ଘାତ ପ୍ରତିଘାତେ ମେ' ମାସେ ତାଙ୍କ ଫଳିଲେ ଫସଲ ହିସାବ କାହିଁକି ତମ ହାତେ ?
ନିଦୁଆ ନିଦୁଆ ଆଖିରେ ବିଛଣା ଛାଡ଼ି ମାର୍ଗଶୀର ପୁଷ ନିଶାନ୍ତେ ପଡ଼ି ଉଠି । ବହଳ ଅନ୍ଧାରେ ବିଷମ ପଥ ମାଡ଼ି ନିର୍ଭୟେ ଯାଏ ସେ କର୍ମକ୍ଷେତ୍ରକୁ ଛୁଟି ।।
ହସ ବାଣ୍ଟୁଥିଲେ ସରେ ନାହିଁ ହସ ଆକାଶର ତାରା ପରି, ଚେନା ଚେନା ହସ ମନ ମୋହିନିଏ ଆତ୍ମୀୟତା ଯାଏ ଭରି ।।
ଆମ ଦେଶ ଚାହେଁ ଶାନ୍ତି ଓ ସଂହତି ଜଗତ କଲ୍ୟାଣ ପାଇଁରେ । ଫରଫର ଉଡ଼େ ତ୍ରିରଙ୍ଗା ଆମରି ମା'ର ପଣତ ପରି ।
ସାର ଅଉଷଧ କିରୋସିନ ସହ ଡିଜେଲ ହେଲାଣି କେତେ ମହଙ୍ଗା ଚାଷୀ ଧାନ ହୁଏ ଅଭାବି ବିକ୍ରି ବେକରେ ତାହାର ଲାଗିଛି ପଘା ।
କରମ ଫଳ ନିୟତି ହାତେ ବନ୍ଧା କି ହେବ ସାରା ବରଷ କଲେ ଫନ୍ଦା ।।
ଆପଣଙ୍କ ମତାମତ