କବିତା

ଦେବୁ ଉଚିତ ଶିକ୍ଷା

Dibakar Sahoo's odia poem Debu Uchit Sikshaa

ଆମେସବୁ ଚାଷୀ ଚାଷ ତ ମୂଳ
ତମରି ପେଟ ପାଇଁ
ଆମେ ଖଟୁଥିଲେ ଆଣ୍ଠେଇ ପେଟେଇ
ତମେ ଖୋଜୁଅଛ ଛାଇ ।।

ଦେବୁ ଉଚିତ ଶିକ୍ଷା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆମେ ଯେତେ ସବୁ ମାଟିର ସନ୍ତାନ
ନିଃସ୍ୱ ଏ ଦେଶେ ଆଜି
ଭାଙ୍ଗି ଯାଉଛି ଆଣ୍ଟ ଆମର
ସ୍ୱପ୍ନ ଯାଇଛି ଭାଜି ।।

ଆମରି ଜୀବନ ଜୀବିକାରେ ବନ୍ୟା
ମରୁଡ଼ି ହୋଇଛି କାଳ
ନିଦାନ ନ କରି ଶାସନ କଳ
ଧରୁଛ ନାନା ଆଳ ।।

ଆମେସବୁ ଚାଷୀ ଚାଷ ତ ମୂଳ
ତମରି ପେଟ ପାଇଁ
ଆମେ ଖଟୁଥିଲେ ଆଣ୍ଠେଇ ପେଟେଇ
ତମେ ଖୋଜୁଅଛ ଛାଇ ।।

ତମେ କି ଜାଣିବ ଭାରିଜା ଆମର
ଛାଇ ଲେଉଟାଣି ଖାଏ
ଛୋଟିଆ ପିଲା ପାଠପଢ଼ା ଛାଡ଼ି
ଛେଳି ମେଣ୍ଢା ପିଛା ଧାଏଁ ।।

ବଢ଼ିଲା ଝିଅ ଚିରାଫଟା ପିନ୍ଧି
ଲାଜରେ ଯାଏ ଲୁଚି
କରଜ ଜାଲେ ହୋଇଛୁ ଛନ୍ଦି
ପାରୁନି ପାଦ ଘୁଞ୍ଚି ।।

ଅଢ଼େଇ ଦିନକୁ ଦେଉଛ ରିଲିଫ
ବଞ୍ଚିବୁ ବାରମାସ
ବଞ୍ଚିବାର ରାହା ନିଦାନ ନ କରି
କରୁଛ ଉପହାସ ।।

ତମେ କର ଯେତେ ଦୁର୍ନୀତି ସବୁ
ଆମରି ଅଣ୍ଟି କାଟି
ଆମେ ଖଟିଖିଆ ମଳିମୁଣ୍ଡିଆ
ଖୋଲୁନା ସିନା ପାଟି ।।

ମନେରଖ ତମେ ଶୋଷକ ଦଳ
ଦିନେବି ଉଠିବୁ ଚେଇଁ
ସମୁଦ୍ର ସମ ଲଂଘିବୁ ଆମେ
ସୁରକ୍ଷା ବାଡ଼ ଡ଼େଇଁ ।।

ଭସାଇ ନେବୁ ତମରି ଲୋଭ
ଗର୍ବ ଅହମିକା
ଭୋକରେ ନ ମରି କରିବୁ ଲଢ଼ାଇ
ଦେବୁ ଉଚିତ ଶିକ୍ଷା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top