ପଢ଼ିବା ପାଠ ଲଗାଇ ମନ ନ କରି ବହି ଅପରିଚ୍ଛନ୍ନ କରିବେ ସ୍ନେହ ସପରିଜନ ଗୁରୁଜୀ ଗୁରୁମା କହିବେ ଧନ ବଢ଼ିଆ ପିଲା ରଖିବ ଦେଶ ନାଁ ।।
ଗୁରୁ ଗୁରୁଜନ ପଦେ ଭକତି ଦେଶ ସେବା ପାଇଁ ଦିଅ ଶକତି ।
ବଇଶାଖର ଦି'ପ୍ରହର ଖରା ନୁହେଁ ସେ ସତେ ଜହର ।।
ଆସିଲା ଦାରୁଣ କାଳବଢ଼ି ଶ୍ୟାମଳ କ୍ଷେତରେ ଗଲା ଚଢ଼ି । ବରଷଟା ତା'ର ହୋଇଲା ବେକାର ଦୁଃଖ ଦୁର୍ଦ୍ଦିନରେ ସଢ଼ି ସଢ଼ି ।।
ହିସାବ କରି ଦେଖିଛୁ । କେବଳ ସରଳ ବିଶ୍ୱାସ ଯାହା ମଣିଷ ଉପରେ ରଖିଛୁ ।
କୃଷକର ଧାନ ଊଣାକର ଦର ରୋକିବାକୁ ସିନା ମୁଦ୍ରାସ୍ଫୀତି କହିକି ପାରିବ ଗୋଟିଏ ଶସ୍ୟରେ ରହିଅଛି କେତେ ମେହନତୀ ।
ଡାହା ମିଛ ଏହା ଚାଷୀ ମରୁନି କେବେ ବିରୋଧୀଙ୍କ ବିଧିବଦ୍ଧ ଚାଲବାଜି । ଚାଷୀ ମରୁଥିଲେ ଓଡ଼ିଶା କିପରି ତେବେ କୃଷି କର୍ମଣ ପୁରସ୍କାର ପାଏ ଆଜି ।।
ବାହା ସରିଗଲେ ବେଦୀ ମୁହଁ ପୋଡ଼ା ନୀତି ଏବେ ନେତା ଛାଡ଼ । ଆପଣା ଶିଙ୍ଗରେ ମାଟି ତାଡୁ ଚଷା ଦୃଢ଼ କର ବନ୍ଧ ବାଡ଼ ।
ଜେଜ ହେ ଜେଜ କୁଆଡ଼େ ଯାଅ ନେବକି ମୋତେ ସାଥେ, ତମ ସହ ମୁଁ ବୁଲନ୍ତି ଗ୍ରାମ ସହର ବନ ପ୍ରାନ୍ତେ ।।
ତୋ ପୁତ୍ର ବୀର ସାମନ୍ତ ଧୈର୍ଯ୍ୟ ବଳ ଅପ୍ରମିତ ସ୍ୱାଭିମାନ ରକ୍ଷା ପାଇଁ କରିଛି ପଣ ସିଆଚୀନ ତୁଷାରରେ କାରଗିଲ ସୀମାନ୍ତରେ ଶତ୍ରୁ ସହ ଲଢ଼ି ଦର୍ପ କରନ୍ତି ଚୂର୍ଣ୍ଣ...
ଆପଣଙ୍କ ମତାମତ