ସୁଶୀତଳ ଧରାଉତପ୍ତ କରେ
ତମ କାରଖାନା ଚୁଲା
ତମ ଘରେ ବହେଅଦିନେ ବସନ୍ତ
ଆମ ଘରେ ନିଆଁ ଝୁଲା
ତମରି ଚିମିନୀ ଧୂଆଁ
ଶୋଷି ଶୋଷି ଆମ ପ୍ରତିଟି ନିଶ୍ୱାସେ
ହୋଇଲାଣି ଦେହ ସୁହା ।।
କାଟିଲା ଜଙ୍ଗଲଭାଙ୍ଗିଲ ପାହାଡ଼
ବିଦାରି ଧରଣୀ ତଳ
ଲୁଟି ନିଅ ଯେତେଅମୂଲ୍ୟ ସଂପଦ
କରି କଳ କଉଶଳ ।
କ୍ଷେତକୁ ନ ପାଇ ଜଳ
ହିଡ଼ମୁଣ୍ଡେ ଚଷା କାନ୍ଦୁଥାଏ ବସି
ଶୋଷି ନିଏ ତମ କଳ ।।
ତମେ ବସାଇବକାରଖାନା ବୋଲି
ଆମେ ହେଉ ବାସହରା
ଆମ ଗାଁ ମାଟିତା’ ପାଣି ପବନ
ଶସ୍ୟ ଶ୍ୟାମଳା ଧରା ।
ଯାହା ଆମ ସ୍ୱାଧିକାର,
ତମ ଅଧିକାର ହେବାକୁ ସାବ୍ୟସ୍ତ
ବହଇ ରକତ ଧାର ।।
ଦିଅ ନିର୍ବାଚନବଟି କୋଟି କୋଟି
ରାଜନୀତିଆଙ୍କୁ ତୋଷ
ସରକାରୀ କଳେପ୍ରଭାବ ବିସ୍ତାରୀ
ଖାଉଟିମାନଙ୍କୁ ଶୋଷ ।
ତମ ଯେତେ କାରସାଦ,
ନ ଦେଖିଲା ପରି ରହେ ସରକାର
କରେ ନାହିଁ ପ୍ରତିବାଦ ।।
ତମର ତାଙ୍କରମଧୁ ଚନ୍ଦ୍ରିକା
ଦିଆ ନିଆ ବଂଧୁପଣ
ସବୁ ବୁଝିସୁଝିଅବୁଝା ହୁଅନ୍ତି
ଆମ ଏ ଭୋଟର ଗଣ ।
ଲୁଇ ବଂଶ ମାନେ ରଖ
ଦିନେ ହେଲେ ଗଣ ହେବେ ସଚେତନ
ଓଲଟି ପଡ଼ିବ ଚକ ।।
