ଭାରତ ମାତାର ସନ୍ତାନ ଆମେ
ଭେଦଭାବ ଆମ ନାହିଁରେ
ଆମେ ସଭିଏଁ ଭଉଣୀ ଭାଇ ।।
ଆମ ଦେଶ ପରା ଧର୍ମନିରପେକ୍ଷ
ମହିମାରେ ମହୀୟାନ ।
ସାର୍ବଭୌମ ରାଷ୍ଟ୍ର ନାମରେ ନାମିତ
ଗଣତନ୍ତ୍ରେ ଗରୀୟାନ୍ ।
ଆମ ଦେଶ ଚାହେଁ ଶାନ୍ତି ଓ ସଂହତି
ଜଗତ କଲ୍ୟାଣ ପାଇଁରେ ।
ଫରଫର ଉଡ଼େ ତ୍ରିରଙ୍ଗା ଆମରି
ମା’ର ପଣତ ପରି ।
ସନ୍ତାନର ସୁଖେ ମା’ର ମମତା
ସେନେହ ପଡ଼େ କି ଝରି !
ଜାତିର କବିତା ଜନଗଣ ମନ
ଯିବା ଆସ ଗାଇ ଗାଇରେ ।।
ହିମାଳୟ ଠାରୁ କୁମାରୀକା ଯାଏ
ମା’ର ଗୋଟିଏ ଘର
ଭାଇ ବନ୍ଧୁ ଜ୍ଞାତି ପ୍ରିୟ ପରିଜନ
ପରି ଆମେ ସହଚର ।
ଯେଉଁଠି ଯେ ଥାଅ ସହର ବଜାରେ
ଗାଁ ଗଣ୍ଡା ଅବା ସାଇରେ ।
