ସମାଜର ସବୁ ନାଲି ଆଖିକୁ ଅକ୍ଳେଶରେ କରିଥିଲ ସାମ୍ନା ତୁମେ ସତରେ ଅନନ୍ୟା ।
ଲୋଡ଼ା ହୁଏ ଅଜସ୍ର ତପସ୍ୟା କରିବାକୁ ହୁଏ ଅନ୍ତହୀନ ପ୍ରତୀକ୍ଷା ପ୍ରୀତିକୁଞ୍ଜରେ ଦେବାକୁ ହୁଏ ବାରମ୍ୱାର ଅଗ୍ନି ପରୀକ୍ଷା
ମୋ ଆଖି ଜଳକା ହେଇଯାଉଛି କିଏ ଜଣେ ମୁହଁରେ ପଟି ବାନ୍ଧି ହାତରେ ଛୁରୀ ଧରି ଯମଦୂତ ପରି ଦିଶୁଛି ।
ଯେବେ ତୁମ ମଙ୍ଗଳ ମନାସି ମୁଁ କରେ ଆରାଧନା ଷୋହଳ ଶୃଙ୍ଗାର କରି କରେ ତୁମର ବନ୍ଦାପନା
ପବନର ଆବଶ୍ୟକତା ଆକାଶର ବ୍ୟାପ୍ତି ସାଗରର ଗଭୀରତା ମାଟିର ସହନଶୀଳତା ଓ ଅଗ୍ନିର ତେଜ ମୁଁ ।
ମା' ଗଲା ପରେ ତୁମର ଜୀବନ ନ ଥିବା ଆଖି, ମୁଁ ଦେଖିଛି ବାପା ଦେଖିଛି ପୁଣି ଅନ୍ତରଙ୍ଗ ଛଳନାରେ ଢାଙ୍କିବା ତୁମ ଅସହାୟତା ।
ମୋ ଦେହ ଆଉ ରହେ ନାହିଁ ଦେହ ହୋଇ ହୋଇଯାଏ ମାଟି ସମଗ୍ର ଶ୍ରାବଣକୁ ଶୋଷିନିଏ ନିଜ ଭିତରକୁ ସାଇତି ରଖେ ତା' ବତୁରାପଣକୁ ।
ଖୋଲିଦେଇ ଆସେ ହୃଦୟର ଦ୍ୱାର ସେ ପ୍ରୌଢ଼ ଦମ୍ପତିଙ୍କର ଯେ କାଲି ରାତିରେ କିରୋସିନ ଓ ଦିଆସିଲି ସଜିଲ କରୁଥିଲେ ଢାଳିବାକୁ ସୁନାନାକୀ ବୋହୂଟି ଉପରେ ।
ଅଚାନକ ତାକୁ ଶୁଭିଲା ଏକ ମନ୍ଦ୍ର ମଧୁର ସ୍ୱର କାନରେ ଢାଳି ହୋଇଗଲା ଅମୃତର ଧାର ।
ତୁମ ପ୍ରେମ ଫଲ୍ଗୁ ପ୍ରବାହିତ ହୋଇ ଭିଜେଇ ଦିଏ ମୋ ହୃଦୟ ଗାତ୍ର ପ୍ରିୟତମ ମୋର ତୁମ ପ୍ରେମ ବିନା ସଂସାରେ ଆଉ କିଛି ତ ନାହିଁ
ଆପଣଙ୍କ ମତାମତ