ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ସେଦିନ ଯେବେ ମୁଁ
ଜିଦ୍ କରି ଯାଇଥିଲି
ତୁମ ସହ ବଣକୁ
ଲେଉଟାଇ ଆଣିଥିଲି ତୁମକୁ
ଯମ ପାଖରୁ
ତାହା କ’ଣ
ସମ୍ଭବି ଥିଲା
ମୋ ବିଦ୍ବତ୍ତା ନା
ବାକ୍ ଚାତୁରୀରୁ
ନା ନିଷ୍ଠାରେ କରିଥିବା
ବ୍ରତ ଓପାସରୁ
ଆଜି ବି
ଯେବେ ତୁମ ମଙ୍ଗଳ ମନାସି
ମୁଁ କରେ ଆରାଧନା
ଷୋହଳ ଶୃଙ୍ଗାର କରି
କରେ ତୁମର ବନ୍ଦାପନା
ତାହା ହିଁ କ’ଣ ସମର୍ଥ
ତୁମକୁ ଦେବାକୁ ନିରାମୟ
ଦୀର୍ଘ ଜୀବନ ।
ନା ପ୍ରିୟତମ
ପୂଜା ପ୍ରାର୍ଥନାରେ ନୁହଁ
ମୋ ନିରୁତା ପ୍ରେମର
ଗଭୀର ଆଶ୍ଳେଷରେ
ମୁଁ ନାରୀ
ନେଇଯିବି ମୋ ପ୍ରାଣର ପୁରୁଷଙ୍କୁ
ମୃତ୍ୟୁରୁ ଅମୃତକୁ ।

Binay Mohapatra
December 28, 2017 at 9:05 am
ଖୁବ୍ ହୃଦୟସ୍ପର୍ଶି କବିତାଟି, ସୁନ୍ଦର ରଚନା ।