କବିତା

ପ୍ରେମିକା ହେବାକୁ ହେଲେ

Navajyoti Rai's odia poem Premika Hebaaku Hele

ଲୋଡ଼ା ହୁଏ ଅଜସ୍ର ତପସ୍ୟା
କରିବାକୁ ହୁଏ ଅନ୍ତହୀନ ପ୍ରତୀକ୍ଷା
ପ୍ରୀତିକୁଞ୍ଜରେ ଦେବାକୁ ହୁଏ
ବାରମ୍ୱାର ଅଗ୍ନି ପରୀକ୍ଷା

ପ୍ରେମିକା ହେବାକୁ ହେଲେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଟିକେ ଚୁଲ୍‌ବୁଲାପଣ
ଟିକେ ଖୁସମିଜାଜ୍
ଟିକେ ଗେହ୍ଲା ଗେହ୍ଲା ଭାବ
ଆଉ ଠିକ୍ ଠିକ୍ ବୋଲି ମାନିଲେ
ସୁନା ଝିଅଟିଏ ହୋଇପାରିବ ।

ସ୍ତ୍ରୀ ହେବା ପାଇଁ ଲୋଡ଼ା
ସୁନ୍ଦର ଶରୀର, ବଢ଼ିଆ କୁକ୍
ଆଉ ଅନେକ ସମୟରେ
ବଳାତ୍କାରକୁ ପ୍ରେମ ବୋଲି
ସ୍ୱୀକାରି ନେବା ।

ଭଲ ବୋହୂଟିଏ ହେବାକୁ ଇଚ୍ଛା ତ
ମୁଣ୍ଡରେ ଓଢ଼ଣା ଟାଣି
ଉଁ ଚୁଁ କରୁ ନ ଥିବା
ଚାବିଦିଆ କଣ୍ଢେଇ ହୋଇଯାଅ,
ଆଉ ପଡ଼ିରୁହ
ତୁଠ ପଥର ବା ଡୋର୍ ମ୍ୟାଟ୍ ହୋଇ ।

ଏସବୁ ତମେ ହୋଇପାରିବ ନାରୀ
କିନ୍ତୁ ଜାଣିଛ କି
ଛାତିକୁ ପଜେଇବାକୁ ହୁଏ ହୀରାରେ
ଲୋଡ଼ା ହୁଏ ଅଜସ୍ର ତପସ୍ୟା
କରିବାକୁ ହୁଏ ଅନ୍ତହୀନ ପ୍ରତୀକ୍ଷା
ପ୍ରୀତିକୁଞ୍ଜରେ ଦେବାକୁ ହୁଏ
ବାରମ୍ୱାର ଅଗ୍ନି ପରୀକ୍ଷା
ପ୍ରେମିକା ହେବାକୁ ହେଲେ ।

1 Comment

1 Comment

  1. Binay Mohapatra

    March 9, 2018 at 6:30 pm

    ପୁରୁଷ ପ୍ରଧାନ ଆମ ସମାଜର ନଗ୍ନରୂପ, ଖୁବ୍ ସୁନ୍ଦର ଲେଖିଛନ୍ତି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top