ସେ ନାରୀର
ସବୁ ରୂପେ ଥିଲା
ମା’ ଭଉଣୀ ଝିଅ ସ୍ତ୍ରୀ ଇତ୍ୟାଦି
ତାକୁ କିନ୍ତୁ ଆବୋରି ଥିଲା
ଅପୂର୍ଣ୍ଣତା ।
ଅଚାନକ ତାକୁ ଶୁଭିଲା
ଏକ ମନ୍ଦ୍ର ମଧୁର ସ୍ୱର
କାନରେ ଢାଳି ହୋଇଗଲା
ଅମୃତର ଧାର ।
ସେ ସ୍ୱର କହିଲା
ଏବେ ମଥା ବାନ୍ଧିବା ଛାଡ଼ି
କଥା ବାନ୍ଧ
ପତ୍ରଝଡ଼ାର କାରୁଣ୍ୟରୁ ମୁକୁଳି
ପଲ୍ଲବିତ ହୋଇ ଯା’
ଢେର ଦେଖିଲୁଣି ସଭିଙ୍କୁ
ଏବେ ନିଜକୁ ଦେଖ ।
ଜୀଇଁବା ଛାଡ଼
ଏବେ ବଞ୍ଚିଲୁଣି ପରା ।